oom

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ୍‌ ଓ ଏନ୍. ଏସ୍. ଏସ୍.ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମନୁଷ୍ୟ ସମାଜକୁ ବୃକ୍ଷର ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପାଇକମାଲ ବନ ବିଭାଗର ରେଞ୍ଜ ଅଫିସର ହୃଦାନନ୍ଦ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବୃକ୍ଷର ଉପକାରିତା ସଂପର୍କରେ ବକ୍ତବ୍ୟ ରଖି ‘ମା’ ପାଇଁ ଗଛଟିଏ’ ବୋଲି ଆହ୍ୱାନ ଦେବା ସହ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ବିସ୍ତୃତ ଭାବରେ ବକ୍ତବ୍ୟ ରଖିଥିଲେ ଏବଂ ବର୍ତ୍ତମାନ ପରିସ୍ଥିତିରେ ଗଛ ଲଗାଇବାର ଏକାନ୍ତ ଆବଶ୍ୟକତା ରହିଛି ବୋଲି ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ବାରିକ ମଧ୍ୟ ତାଙ୍କ ସଭାପତି ଅଭିଭାଷଣରେ ‘ବୃକ୍ଷ ହିଁ ଜୀବନ’ ବୋଲି ସନ୍ଦେଶ ଦେବା ସହ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରି ପରିବେଶକୁ ବଞ୍ଚାଇ ରଖିବା ପାଇଁ ଉପଦେଶ ଦେଇଥିଲେ । ସଭା ଶେଷରେ ଯୁବରେଡ୍‌କ୍ରସ୍‌ର ସଂଯୋଜିକା ଅଧ୍ୟାପିକା ପୁଷ୍ପ ମଞ୍ଜରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପାରମ୍ପରିକ ପ୍ରଥାନୁଯାୟୀ ବୃକ୍ଷକୁ ପୂଜନ କରିବା ସହିତ ମହାବିଦ୍ୟାଳୟ ପରିସରରେ ଅତିଥି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ମିଶି ବୃକ୍ଷରୋପଣ କରିଥିଲେ ।

jittmm
Leave A Reply

Your email address will not be published.