centurian jitm

ନେସନାଲ ପିସ ୟୁନିସନ୍‌ ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଭିଯାନର ତିନି ବର୍ଷ ପୂର୍ତ୍ତି ସମାରୋହ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ (ଭାରତ) ପକ୍ଷରୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଭିଯାନର ତିନି ବର୍ଷ ପୂର୍ତ୍ତି ସମାରୋହକୁ ଚିକିତ୍ସାଳୟ ପରିସର ମଧ୍ୟରେ ପାଳନ କରାଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ନେସନାଲ ପିସ ଊନିସନ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର, ଚେୟାର୍‌ମେନ ରବି ରଞ୍ଜନ ପୂଜାରୀ, ଏନ୍‌ଏଚ୍‌ଏମ୍‌ ଏପିଏମ୍‌ ରାମାନୁଜ ପଣ୍ଡା, ଡା. ଶିବାଶିଷ ରଥ ପ୍ରମୁଖ ଜିଲ୍ଲା ସ୍ୱାସ୍ଥ୍ୟ ଆରୋଗ୍ୟ ସମ୍ବ‌ନ୍ଧୀୟ ଧାରଣା ଦେଇଥିବା ବେଳେ ଚିକିତ୍ସାଳୟର ସଭ୍ୟାସଭ୍ୟ ଗଣ ଯଥା ଗୌରବ ପଧାନ, ରାହୁଲ ପାଲ, ସନ୍ତୋଷ ମେହେର, ଯତୀନ ଦାସ, ବିପିନ ବିହାରୀ ସେଠ, ସୁଶ୍ରୀ ନାଫିସା କୁମାର, ଭାଗ୍ୟସିନି ଜୁଏଡ଼, ନିରୁମଇ, ଜ୍ୟୋତି, ମୀନତି ନାଗ ପ୍ରମୁଖ ବର୍ଷ ପୂର୍ତ୍ତି ଅବସର କ୍ରମେ ଅନୁଷ୍ଠାନିକ କେକ୍‌ କାଟି ଓ ସ୍ୱଚ୍ଛ ଭାରତର ରଙ୍ଗୋଲି ତିଆରି କରି ସ୍ୱାସ୍ଥ୍ୟ ସମ୍ବ‌ନ୍ଧୀୟ ବାର୍ତ୍ତା ପ୍ରଦାନ କରିଥିଲେ । 

Leave A Reply

Your email address will not be published.