oom

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଶନିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ଡ଼ିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ତଥା ଡିଏଭି କଲେଜର ପୂର୍ବ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀ, ଡଙ୍ଗାବାଞ୍ଜି ଫରେଷ୍ଟର ଘନଶ୍ୟାମ ପସାୟତ, ବରିଷ୍ଠ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଦିଲ୍ଲୀପ କୁମାର ପଶାୟତ, ସୋମେଶଦତ୍ତ ହୋତା, ଗୁଣସାଗର ମେହେର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ହଁ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବାର ମହତ୍ତ୍ଵ ବୁଝାଇ ବୃକ୍ଷରୋପଣ କରିଥିଲେ । ଏଥିରେ କଲେଜ ପରିସରରେ ବନବିଭାଗ କର୍ମଚାରୀ ଆଣିଥିବା ମୋଟ ୧୫୦ଟି ବୃକ୍ଷରୋପଣ କରାଯାଇଥିଲା । ଅଧ୍ୟାପକ ତଥା ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌ ଅଫିସର ଛନ୍ଦାଚରଣ ଖୁଣ୍ଟିଆ ଓ ଅଧ୍ୟାପକ ତଥା ରେଡ୍‌କ୍ରସ୍‌ କାଉନ୍‌ସିଲର ଘନଶ୍ୟାମ ଖମାରୀଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ବନ ମହୋତ୍ସବରେ ମୁରିବାହାଲର ବନ କର୍ମଚାରୀ, ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.