oom

ମଦନପୁର ଏସ୍. ଏସ୍. ଡି. ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ପାଳିତ

jsmm

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜୀଲ୍ଲା ମ.ରାମପୁର ବ୍ଲକ ମଦନପୁର ସରକାରୀ ଏସ୍. ଏସ୍. ଡି. ହାଇସ୍କୁଲ ଠାରେ ମ.ରାମପୁର ବନାଞ୍ଚଳ ସହାୟତାରେ ୭୫ତମ ବନ ମହୋତ୍ସବ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷ୍ୟକ ଅସିତ କୁମାର ଦାସ, ବନପାଳ ସମ୍ପଦ କୁମାର, ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ, ବନରଖି ସତ୍ୟମ ମାଝୀ, ବିକାଶ ଅଧିକାରୀ ସଦାନନ୍ଦ ପଧାନ ଉପସ୍ଥିତ ରହି ବୃକ୍ଷରୋପଣ ମହତ୍ତ୍ୱ,ଏହାର ଉପକାର, ବନ ମହୋତ୍ସବର ଉଦ୍ଦେଶ୍ୟ ଉପରେ ସଚେତନ କରିଥିଲେ । ଛାତ୍ରଛାତ୍ରୀ ଓ ଅତିଥିମାନେ ପଣସ, ଅଁଳା, ପିଆଶାଳ, ଅଶୋକ, କରଞ୍ଜ ଭଳି ଅନେକ ଚାରାରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମୀନକେତନ ସୁନା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହାଯ୍ୟ କରିଥିଲେ । ସେହି ଭଳି ସିକେଲ କୃପା, ଗିରିଗୋବର୍ଦ୍ଧନ ଉଚ୍ଚ ବିଦ୍ୟାଳୟ କେନ୍ଦୁବନ୍ଧ, ଲହାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବନ ମହୋତ୍ସବ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.