ଜରାସିଂହା ଉଚ୍ଚ ମାଧ୍ୟମିକ ସ୍କୁଲରେ ବନ ମହୋତ୍ସବ ପାଳିତ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଯୁବ ରେଡ୍‌କ୍ରସ୍‌ ବିଭାଗ ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବସନ୍ତ କୁମାର ମନହିରା ପ୍ରଥମେ ବୃକ୍ଷରୋପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ପରେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ, ଗୋବିନ୍ଦ ମେହେର, ରଂଜନ କୁମାର ପାଣିଗ୍ରାହୀ, ସୁଭଶ୍ରୀ ସାହୁ, ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ଥନାପତି, ଡି. ଇ. ଓ ବାଲଶଙ୍କର ମେହେର, ଛାତ୍ରଛାତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ମାନେ ବିଦ୍ୟାଳୟ ପରିସରରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିଥିଲେ । ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ବର୍ଷ ବନ ମହୋତ୍ସବର ଆଭିମୁଖ୍ୟ ‘ମା ପାଇଁ ଗଛଟିଏ’ ଉପରେ ସଚେତନ କରି ସମସ୍ତ ରୋପିତ ଚାରାର ଯତ୍ନନେବା ପାଇଁ ଉଦ୍‌ବୋଧନ ଦେଇଥିଲେ ।

Leave A Reply

Your email address will not be published.