ସାଇଟ୍‌ କଲେଜରେ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ୍‌ କଲେଜ ପରିସରରେ ଥିବା ଚନ୍ଦନ ବନଠାରେ ରାମଜୀ ଯୁବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଫାଳନ କରାଯାଇଥିଲା । ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ପରିବେଶର ତାତ୍ପର୍ଯ୍ୟ ଓ ପରିବେଶର ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ସାଇଟ୍‌ କ୍ରୀଡା ସଂଯୋଜକ ସୁନୀଲ ଚନ୍ଦ୍ର ବିଶ୍ୱାଳ ଗଛ କଟା ଯୋଗୁଁ ପରିବେଶ ଅଶାନ୍ତ ଏବଂ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଥିଲେ । ଆମେ ଯେତେ ପରିମାଣରେ ଗଛ କାଟୁଛୁ ତାହା ତୁଳନାରେ ଗଛ ଲଗାଇ ପାରୁନାହୁଁ । ତେଣୁ ସମସ୍ତଙ୍କୁ ସଚେତନ କରାଇବାପାଇଁ ଆମ କ୍ୟାମ୍ପସରେ ହଜାରେ ଗଛ ଲଗାଇବା ପାଇଁ ରାମଜୀ ଯୁବକ ସଂଘ ତରଫରୁ ବ୍ୟବସ୍ଥା କରାଯାଇଛି । ଏହି ଗଛ ମାନଙ୍କର ରକ୍ଷଣା ବେକ୍ଷଣ କରିବା ପାଇଁ କ୍ୟାମ୍ପସରେ ଥିବା ସମସ୍ତ କର୍ମଚାରୀ ଶପଥ ନେଇଛନ୍ତି । ଇଲେକ୍‌ଟ୍ରିକ୍‌ ବିଭାଗକୁ ଗଛ ମୂଳରୁ ନକାଟି ଦରକାର ପଡିଲେ ସାଇଜ୍‌ କରିବା ପାଇଁ ଅନୁରୋଧ କରାଯାଇଛି । ଆଜିର ସଭାରେ ପ୍ରଶାନ୍ତ ତ୍ରିପାଠୀ, ଜୟନ୍ତ ପଟେଲ, ସୁରଜ ସାଏ, ସଂଜିତ ମିଶ୍ର, ଲୋକନାଥ ସିଂହ, ପ୍ରଫୁଲ୍ଲ ମିଶ୍ର, ସତ୍ୟବାଦୀ ନାଏକ, ଭାଗବତିଆ ଅଦାବରିଆ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସୁନୀଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.