ସମ୍ରାଟ ଅଶୋକ, ମହାତ୍ମା ଫୁଲେ ଓ ଡ. ଅମ୍ଵେଦକରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଓବିସି ଅବସର ପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ସଭାପତି ଶ୍ରୀମାନ ମଲିଆ ଗଡୁଆଙ୍କ ସଭାପତିତ୍ୱରେ ମିଳିତ ଭାବେ ଇତିହାସ ପ୍ରସିଦ୍ଧ ସମ୍ରାଟ ଅଶୋକ ମହାନ, ରାଷ୍ଟପିତା ମହାତ୍ମା ଜ୍ୟୋତବା ରାଓ ଫୁଲେ ଏବଂ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବି. ଆର୍. ଆମ୍ବେଦକରଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ସମ୍ରାଟ ଅଶୋକ ବିଶ୍ଵ ଇତିହାସରେ ସର୍ବଶ୍ରେଷ୍ଠ ସମ୍ରାଟ ଭାବରେ ପ୍ରସିଦ୍ଧ।ଖିଷ୍ଟ ପୂର୍ବ ୨୬୯ରେ ମୌର୍ଯ୍ୟ ସାମ୍ରାଜ୍ୟର ରାଜସିଂହାସନ ଅଳଂକୃତ ହୋଇଥିଲେ । କଲିଙ୍ଗ ଯୁଦ୍ଧର ଭୟଙ୍କର ରକ୍ତପାତରେ ମର୍ମାହତ ହୋଇ ସେ ବୌଦ୍ଧଧର୍ମ ସ୍ଵିକାର କରିଥିଲେ ଏବଂ କୌଣସି ଯୁଦ୍ଧ କରିବି ନାହିଁ ବୋଲି ଅସ୍ତ୍ରତ୍ୟାଗ କରିଥିଲେ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ହିସାବରେ ନିଜ ରାଜ୍ୟରେ, ପଡୋଶୀ ରାଜ୍ୟମାନଙ୍କରେ ଓ ବିଦେଶରେ ମଧ୍ୟ ଧମ୍ର ପାଇଁ ସାରା ଜୀବନ ଓ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଥିଲେ । ରାଜା ହିସାବରେ ପ୍ରଜାଙ୍କୁ ପୁତ୍ରବତ ପାଳନ ଏବଂ ସେମାନଙ୍କର ଶାନ୍ତି ଓ ସମୃଦ୍ଧି ତାଙ୍କର ରାଜଧର୍ମ ହେବ ଓ ପ୍ରଜାମାନଙ୍କୁ ନୀତି ଶିକ୍ଷା, ସାଧୁତା, ଜୀବ ପ୍ରତି ଦୟା କରିବାକୁ ସେ ବ୍ରତୀ ହେଲେ । ଏସବୁ ନୀତିବାଣୀ ପ୍ରଜାମାନଙ୍କ ଗୋଚରାର୍ଥେ ବିଭିନ୍ନ ଶିଳାଲେଖା, ସ୍ତୁପ ଓ ଗୁମ୍ଫାମାନଙ୍କରେ ଖୋଦନ କରାଇଥିଲେ । ସମ୍ରାଟ ଅଶୋକଙ୍କର ସାରନାଥ ସ୍ଥିତ ଅଶୋକସ୍ତମ୍ଭକୁ ଭାରତର ରାଜଚିହ୍ନ ଓ ଅଶୋକଚକ୍ରକୁ ଭାରତର ଜାତୀୟ ପ୍ରତୀକ ଭାବେ ଗ୍ରହଣ କରାଯାଇଛି । ଉନବିଂଶ ଶତାବ୍ଦୀର ମହାନ ସଂସ୍କାରକ ଜ୍ୟୋତି ବା ରାଓ ଫୁଲେ ତତ୍କାଳୀନ ଭାରତୀୟ ସମାଜରେ ପ୍ରଚଳିତ ସାମାଜିକ କୁସଂସ୍କାରକୁ ଦୂର କରିବା ସହ ସମସ୍ତ ବର୍ଗର ଲୋକଙ୍କୁ ଶିକ୍ଷା ଦେବା ସହ ସତିଦାହ ପ୍ରଥା ଓ ବାଳହତ୍ୟା ବିରୋଧରେ ଲଢେ଼ଇ କରିଥିଲେ । ସେ ଅନେକ ଗୋଡିଏ ବିଦ୍ୟାଳୟ ଖୋଲି ସମସ୍ତଙ୍କ ପାଇଁ ଶିକ୍ଷାର ଦ୍ଵାର ଖୋଲିଦେଇଥିଲେ । ତାଙ୍କ ମାର୍ଗକୁ ଅନୁସରଣ କରି ଡ଼. ଆମ୍ବେଦକର ଭାରତୀୟ ସମ୍ବିଧାନରେ ସାମାଜିକ ନ୍ୟାୟ ଓ ମୌଳିକ ଅଧିକାରର ବ୍ୟବସ୍ଥା କରିଯାଇଛନ୍ତି । ଏଣୁ ସେ ନମସ୍ୟ । ଏହି ଅବସରରେ ପ୍ରଦେଶୀ ବିଶ୍ଵାଲ, ରାଜ୍ୟ କୋଷାଧ୍ୟକ୍ଷ ଓବିସି ମଞ୍ଚ, ମଲିଆ ଗଡୁଆ ସଭାପତି, ଓବିସି ଅବସର ପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର, ଇ. ବେଲାର ସିଂ ଭୋଇ, ଡ. ଧିରେନ୍ଦ୍ର କୁମାର ସାହୁ, ଆନନ୍ଦ ପ୍ରଧାନ, ଜଗନ୍ନାଥ ଖରସେଲ, କେଶବ ଜାଲ, ସତ୍ୟ ବନଛୋର, ବ୍ରଜଭୂଷଣ ସାଏ, ମଧୂସୁଦନ କ୍ଷେତି, ସରୋଜ କୁମାର ମେଶ୍ଵା, ଚିନ୍ତାମଣି ସାହୁ, ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ଭକ୍ତ ବନ୍ଧୁ ନାଏକ, ପ୍ରଦୀପ କୁମାର ସାହୁ, ଭଗବାନ ନାଏକ, ବିଜୟ କୁମାର ବାଗ, ଦୟାନିଧି ନାଏକ, ହିମାଂଶୁ ଶେଖର ବେହେରା, ସୁମନ୍ତ ମେହେର, ତିର୍ଥବାସି ଡାଙ୍ଗ, ସରୋଜ ମେହେର, ଜୟ ପ୍ରକାଶ ସାହୁ, ଖଗେଶ୍ୱର ବାରିକ, ଭରତ ସାହୁ ବିଭିଷଣ ସାହୁ, ଚୌଡଚନ୍ଦ୍ର ସାହୁ, ବିଶେଶ୍ଵର ପଟେଲ, ବାଲେଶ୍ଵର ପଟେଲ, ସରସ୍ଵତୀ ସାହୁ, ମଞ୍ଜରୀ ପଟେଲ, ସୁବାସିନୀ ସାହୁ, ତ୍ରୀଲୋଚନ ନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ ସହ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ସରୋଜ କୁମାର ମେଶ୍ଵା ସଭା ସଂଯୋଜନା କରିଥିଲେ ଓ ଦୁର୍ଗା ପ୍ରସନ୍ନ ଛୁରିଆ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.