ଛତ୍ରପୁର ଓକିଲ ସଂଘ ଭବନରେ ମଧୁବାବୁ ସ୍ମାରକୀ ୨୬ତମ ଆଇନଜୀବୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଇନଜୀବୀଙ୍କ ତରଫରୁ ବାର ଆସୋସିଏସନ ସଭାଗୃହରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁବାବୁଙ୍କ ଜନ୍ମ ଦିବସକୁ ଓଡ଼ିଶାର ସର୍ବତ୍ର ୨୬ତମ ଆଇନଜୀବୀ ଦିବସ ଭାବେ ପାଳନ କରାଯାଇଛି । ମଧୁବାବୁଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ ସ୍ୱରୂପ ତାଙ୍କର ଆଦର୍ଶ ଜୀବନୀ ଉପରେ ପ୍ରତିପାଦନ ସହ ସ୍ମୃତି ଚାରଣ କରାଯାଇଛି । ଓକିଲ ସଂଘ ଗୃହ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ମାଲ୍ୟାର୍ପଣ କରି ଓକିଲ ସଂଘର ସମସ୍ତ ସଦସ୍ୟଗଣ ତାଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏଥିରେ ମୁଖ୍ୟ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋରଂଜନ ଦାଶ, ମୁଖ୍ୟବକ୍ତା ଭାବେ ଗଂଜାମ ବାର ଆସୋସିଏସନର ପୂର୍ବତନ ସଭାପତି ଶିଶିର ପାଢୀ, ସମ୍ମାନିତ ଅତିଥି ଭାବେ ସବଜଜ୍ ଅଭିନନ୍ଦିତା ପଣ୍ଡା ଓ ଏସଡିଜେଏମ ସୌମ୍ୟା ପ୍ରଧାନ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ତାଙ୍କର ଜନ୍ମ ଦିବସ ଯେ, ଆଇନଜୀବୀ ଦିବସ ଭାବେ ଓଡ଼ିଶାର ସର୍ବତ୍ର ପାଳନ କରାଯିବାର ତାତ୍ପର୍ଯ୍ୟ ସଂପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ୨ ଜଣ ବରିଷ୍ଠ ଆଇନଜୀବୀ ଏବଂ ୪ ଜଣ ଆଇନଜୀବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସମାରୋହରେ ସଂଘର ସଂପାଦକ ଏଲ୍‌.ଗୋପାଳ ରାଓ, ଉପସଭାପତି ପ୍ରମୋଦ କୁମାର ପୁରୋହିତ, କୋଷାଧ୍ୟକ୍ଷ ଅନାମ ପ୍ରଧାନ, ଯୁଗ୍ମ ସମ୍ପାଦକ ଟି ମୋହନ ରାଓ, ସହସମ୍ପାଦକ ଜିତୁନ ପାଢୀ, ଲାଇବ୍ରେରୀ ସମ୍ପାଦକ ମନୋଜ କୁମାର ବେହେରା (ସି), କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ, ଗୋକୁଳ ଚନ୍ଦ୍ର ପଣ୍ଡା, ଅଶୋକ କୁମାର ଚୌଧୂରୀ, ରଘୁନାଥ ମହାନ୍ତି, ଏନ.ନାରାୟଣ ରେଡ୍ଡୀ, ଆଦିତ୍ୟ ମିଶ୍ର, କମଳ ଲୋଚନ ଦାଶ, ବ୍ରଜ ମୋହନ ଆଚାର୍ଯ୍ୟ, ଡ଼ି. ଆଦିନାରାୟଣ ରେଡ୍ଡୀ, ଭୈରବ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ସିମାଞ୍ଚଳ ମହାପାତ୍ର, ସମୀର କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଆଇନଜୀବୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଉପସଭାପତି ପ୍ରମୋଦ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.