oom

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏପ୍ରିଲ ୨୫ ତାରିଖରେ ବିଶ୍ଵ ମ୍ୟାଲେରିଆ ଦିବସ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ପରିସର ମଧ୍ୟରେ ପାଳନ କରାଯାଇଛି । ମ୍ୟାଲେରିଆ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଏବଂ ବିଶ୍ଵ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମଗ୍ର ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ୍ୟ ଓ ପ୍ରତ୍ୟେକ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆମ ଲୋକମାନଙ୍କୁ ମ୍ୟାଲେରିଆ ସମ୍ପର୍କିତ ସଚେତନ କରାଇ ପାରିଲେ ମ୍ୟାଲେରିଆ ଦୂର ହୋଇ ପାରିବ ବୋଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ସଭାରେ ଅଧ୍ୟକ୍ଷତା କରି ଉପସ୍ଥିତ ସବୁ ଜନସାଧାରଣ ତଥା ରୋଗୀମାନଙ୍କୁ ଜଣାଇଥିଲେ ।

ସଚେତନତା ଦୃଷ୍ଟିରୁ କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ଏବଂ ଏହାକୁ କିପରି ବିଭିନ୍ନ ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇ ହେବ ଓ ଲୋକଙ୍କ ଜୀବନ ରକ୍ଷା କରିବା ସେ ବିଷୟରେ ମୁଖ୍ୟ ସ୍ୱାସ୍ଥ୍ୟ ସେବିକା ଶ୍ରୀମତୀ ମାମୀ ସିଂଦେଓ ଓ ରୋଜାଲିନା ହୋତା ଜଣାଇଥିବା ବେଳେ ମ୍ୟାଲେରିଆକୁ କିଭଳି ଚିହ୍ନଟ କରାଯିବ ଏହାର ସଠିକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଯୁକ୍ତି ନିରୀକ୍ଷକ ସତ୍ୟବ୍ରତ ଷଡ଼ଙ୍ଗୀ ସଭିଙ୍କୁ ଅବଗତ କରାଇଥିଲେ । ମ୍ୟାଲେରିଆର ମୂଳୋତ୍ପାଟନ କରିବା ଅତି ଆବଶ୍ୟକ ଓ ଏହା ପାଇଁ ଜନସମୂହଙ୍କ ସହଯୋଗ ଓ ସଚେତନତା କରାଯିବା ସଂଗେ ସଂଗେ ସରକାରଙ୍କ ସହଯୋଗରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମମାନ ସଠିକ ଭାବରେ କରାଇ ପାରିଲେ ମ୍ୟାଲେରିଆଜନିତ ରୋଗକୁ ଦୂର କରାଯାଇ ପାରିବ ବୋଲି ନ୍ୟାସନାଲ୍‌ ପିସ୍‌ ଊନୀସନର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଜଣାଇଥିଲେ ।

ଉପରୋକ୍ତ ଦିବସରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସତ୍ୟବ୍ରତ ଷଡ଼ଙ୍ଗୀ, ରୋନି ବଗର୍ତ୍ତୀ, ଅଞ୍ଜଳି ନାଗ, ବିପିନ ବିହାରୀ ସେଟ, ଦାଶରଥି ପ୍ରଧାନ, ସଭ୍ୟ ସଭ୍ୟା ବୃନ୍ଦ, ସ୍ଥାନୀୟ ଆଶା ଦିଦି, ସ୍ୱାସ୍ଥ୍ୟ କର୍ମୀ, ଜନସାଧାରଣ ଉପସ୍ଥିତ ରହି ଦିବସକୁ ସାଫଲ୍ୟ କରାଇଥିଲେ । ସଭା ଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.