ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏକ ଭାଇଚାରା ପର୍ବ ଭାବେ ସାମୁହିକ ଭାବେ ଓଡ଼ିଆ ଓ ତେଲୁଗୁ ଭାଇଭଉଣୀ, ମାଆ, ମାଉସୀ ସଭିଏଁ ମିଳିମିଶି ପବିତ୍ର ପର୍ବ ‘ଉଗାଦି’ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବରେଣ୍ୟ କବି ପ୍ରଶାନ୍ତ ଶତପଥୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଚ୍ଛିନାଞ୍ଚଳ ତେଲୁଗୁ-ଓଡ଼ିଆ ସାଂସ୍କୃତିକ ସୁରକ୍ଷା ମଞ୍ଚର କର୍ଣ୍ଣଧାରୀ ଅନନ୍ତ କୁମାର ମହାପାତ୍ର ତେଲୁଗୁ ଓ ଓଡ଼ିଆ ଭାଷାରେ ପବିତ୍ର ପର୍ବ ‘ଉଗାଦି’ର ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲେ । ସମାଜସେବୀ ଇଂ. ରାମଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ତାତ୍ପର୍ଯ୍ୟ ବୁଝାଇଥିଲେ । ଯୁବ-ଜ୍ୟୋତିଷଶାସ୍ତ୍ରଜ୍ଞ ଦୀପକ ଗୁରୁଜୀ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ବେଳେ ଏ.ରାବାଣା ରାଓ, ଇପିଲି ରାଜଶେଖର, ପୂର୍ଣ୍ଣଞ୍ଜୟ ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.