ମୁରିବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଦୀପାବଳୀ ପାଳିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ଆଲୋକର ପର୍ବ ଦୀପାବଳୀ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ମୁରିବାହାଲ ପଞ୍ଚାୟତର ସରପଞ୍ଚ ବିଶ୍ୱବିହାରି ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତ ଅଫିସ୍‌ ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା । ଏଠାରେ ଦୀପ ଜାଳିବା ସହ ବାଣ ଫୁଟା ଯାଇଥିଲା । ଏଥିରେ ମୁରିବାହାଲ ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ପଞ୍ଚାୟତର କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.