ପି.ପି.ଏକାଡେମୀର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ୧୦୫ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି.ଏକାଡେମୀ ପରିସରରେ ପି.ପି. ଏକାଡେମୀର ପ୍ରତିଷ୍ଠାତା ଚକ୍ରଧର ପଣ୍ଡାଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟ ରେ ଥିବା ତାଙ୍କ ସମାଧୀ ପୀଠ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ଅଗ୍ରଗତି ପାଇଁ ଅଧିକ ସୁଯୋଗର ସାମର୍ଥ୍ୟ ପ୍ରଦାନର ଅନନ୍ୟ ଉଦ୍‌ଗାତା ଥିଲେ ସ୍ୱର୍ଗତ ଚକ୍ରଧର ପଣ୍ଡା ବୋଲି ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ନିଜ ବକ୍ତବ୍ୟରେ କହିଥିଲେ । ସମାଜ ସେବା, ସଙ୍ଗଠକ ଓ ସମାଜର ସଂସ୍କାର ମୂଳକ ଚିନ୍ତାଧାରା ସମ୍ପନ୍ନ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ ବୋଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକାଶ କରିଥିଲେ । ଏହିି ସଭାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରତ୍ନମାଳା ବେହେରା, ଅଂଶୁପା ଭୋଇ, ସୁରେନ୍ଦ୍ରୀ ସ୍ୱାଇଁ, ଝୁନୁଲତା ସାବତ, ରଞ୍ଜିତା ତ୍ରିପାଠୀ, କେତକି ପଧାନ, ଶିକ୍ଷକ ସୁନିଲ କୁମାର ବେହେରା, ସତ୍ୟଜିତ ବୁଡେକ, କିରାଣୀ ଅକୃର ସାହୁ ତଥା ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ପ୍ରହଲ୍ଲାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.