oom

ରୋଗୀ ସୁରକ୍ଷା ସପ୍ତାହ ପାଳିତ

jsmm

ତିଗିରିଆ : ରୋଗୀ ସୁରକ୍ଷା ସପ୍ତାହ ଅବସରରେ ତିଗିରିଆ ବ୍ଲକ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ବିଶ୍ୱବିକାଶ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିନ୍ଧାଣିମା ସରପଞ୍ଚ ସୁଜାତା ଜେନା ଯୋଗ ଦେଇଥିଲେ । ତିଗିରିଆ ବ୍ଲକର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିରେ ରୋଗୀ ଡାକ୍ତରଖାନାକୁ ଆସିବା ଠାରୁ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା କିଭଳି ଭାବେ ଉତ୍ତମ ସେବା ପାଇ ପାରିବେ ସେ ସମ୍ପର୍କରେ ଡାକ୍ତର ଶ୍ରୀ ରାଉତରାୟ ଆଲୋଚନା କରିଥିଲେ । ଏହି ଅବସରରେ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଭାବେ ଯୋଗ ଦେଇଥିବା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ପଣ୍ଡାଙ୍କୁ ବିନ୍ଧାଣିମା ସରପଞ୍ଚ ଶ୍ରୀମତୀ ସ୍ୱାଇଁ ଓ ସମିତି ସଭ୍ୟା ସୋନାଲି ସେଠ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ସୌଭାଗ୍ୟ କର, ଡାକ୍ତର ଦୀପକ ଜେନା, ଜନସ୍ୱାସ୍ଥ୍ୟ ଅଧିକାରୀ ବିଦ୍ୟୁତ୍‍ପ୍ରଭା ନନ୍ଦ, ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ବାରିକ୍‍, ପରିସଂଖ୍ୟାନ ସହାୟକ ମନମୋହନ ଦାଶ, ଗଗନବିହାରୀ ସାହୁ, ଅଶାନ୍ତି ଦେବୀ, ଅକ୍ଷୟ ଭୂଜବଳ, ସଞ୍ଜୟ କୁମାର ପରିଡ଼ା, ଶ୍ରୀକାନ୍ତ ମହାପାତ୍ରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.