lika

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

gbag

ଏସ୍‌.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ଅଧ୍ୟକ୍ଷତା କରି ପ୍ରାଥମିକ ଚିକିତ୍ସା ଏକ ଜୀବନ ବ୍ୟାପୀ କୌଶଳ ଏବଂ ଆହତ ବ୍ୟକ୍ତିଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରାଥମିକ ଚିକିତ୍ସା ଅଧ୍ୟାପକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପକାରିତା, ରିକୋଭରି ପୋଜିସନ, ଡିଆର୍‌ଏବିସି, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ ଭଳି ବିଭିନ୍ନ କୌଶଳ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସ ୟୁନିଟର ରିମିଝିମ କୁମ୍ଭାର, ସଂଜନା କଠାର, ଜ୍ୟୋସ୍ନା ନାଗ, ରାକ୍ଷୀ କାଣ୍ଡ, ବାସନ୍ତୀ କୁମ୍ଭାର, ଶ୍ରାବଣୀ କାଣ୍ଡ, ବିପ୍ଲବୀଣା ସାହୁ, ଶିତୁ ସାହୁ, ମୁସ୍କାନ ସାହୁ, ଉଶା କୁମ୍ଭାର, ଜ୍ୟୋସ୍ନାରାଣୀ ଭୋଇ, ଦିବ୍ୟାସା ନାଏକ, ନିରୁପମା ଷାଣ୍ଢ, ଗୀତାଞ୍ଜଳି, ଭାଗ୍ୟଲକ୍ଷ୍ମୀ, ଜୟଶ୍ରୀ, ମନୀସା, ପ୍ରତିକ୍ଷା, ମଂଜୁଲତା, ଚିନ୍ମୟ ସାହୁ ପ୍ରମୁଖ ତାଲିମ ସମୟରେ ଡେମୋ ପ୍ରଦର୍ଶନ କରଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ୟୁନିଟ ଚେୟାରପର୍ସନ ରମିଝିମ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

sandip
Leave A Reply

Your email address will not be published.