centurian jitm

କଂଟାବାଂଜିରେ ୭୬ତମ ସ୍ୱାଧୀନତା ଦିବସ ମହାଧୁମ୍‌ଧାମ୍‌ରେ ପାଳିତ

nschool
  • କଂଟାବାଂଜି ବିଧାୟକଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦ୍‌ଘାଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନଏସିସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ତଥା ଆଜାଦି କା ଅମୃତ ମହୋତ୍ସବ ସ୍ଥାନୀୟ ରେଲବାଇ ଷ୍ଟାଡିୟମରେ ପାଳିତ ହୋଇଯାଇଛି । ଏନଏସି ଦ୍ୱାରା ଆୟୋଜିତ ସ୍ୱାଧୀନତା ଦିବସରେ ସହରରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କଲେଜର ମୋଟ ୩୬ଗୋଟି ଗ୍ର୍ରୁପ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା (ମୁଖ୍ୟ ଅତିଥି) ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ ସମ୍ମାନିତ ଅତିଥି ଏବଂ ନିର୍ବାହୀ ଅଧିକାରୀ ନିରଂଜନ ଧଳ ବରେଣ୍ୟ ଅତିଥି ଭାବେ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ସାଲୁଜା ଜାତୀୟ ପତାକା ଉତ୍ତୋଳନ ପରେ ପ୍ୟାରେଡ ଅଭିବାଦନ ଗ୍ରହଣ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କ ସୁନାଗରୀକ ଭାବେ ନିଜକୁ ପ୍ରତିଷ୍ଠିତ କରି ଦେଶ ମାତୃକା ପାଇଁ ସେବାରେ ନିୟୋଜିତ କରିବା ପାଇଁ କହିଥିଲେ । ପ୍ୟାରେଡରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ସିନିୟର, ଜୁନିୟର ଓ ସବଜୁନିୟର ସ୍ତରରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ବିଦ୍ୟାଳୟକୁ ଟ୍ରଫି, ମାନପତ୍ର ଦେଇ ପୁରସ୍କୃତ କରିଥିବା ବେଳେ ବିଭିନ୍ନ ବୋର୍ଡ, ବିଶ୍ୱବିଦ୍ୟାଳୟ ସ୍ତରରେ ଏନଏସିସ୍ତରୀୟ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ କଂଟାବାଂଜି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ମୁଖ୍ୟ ପରିଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଂଟାବାଂଜି ପୋଲିସ ଏବଂ ଜିଆରପି ପୋଲିସ ତରଫରୁ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯାଇଥିଲା । ପରେ ବିଧାୟକ ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଧାୟକ ପାଣ୍ଠିରୁ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଉଦ୍‌ଘାଟନ କରିବା ସହିତ ସ୍ମାର୍ଟ ପାର୍କର ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମଟିକୁ ବାବୁଲା ମହାନ୍ତି, ଗୋକୁଲା ପଧାନ ପରିଚାଳନା କରିଥିଲେ ।

Leave A Reply

Your email address will not be published.