jayashree

ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଗ୍ରାମରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବେଶ ଉତ୍ସାହ ଉଦ୍ଦୀପନାର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗ୍ରାମର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଆରଆଇ ଅଫିସ, ଆଙ୍ଗନୱାଡ଼ି କେନ୍ଦ୍ର, ଉପ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଲ୍ଲିଶ୍ରୀ ହାଇସ୍କୁଲ, ଶିଶୁ ମନ୍ଦିର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କନ୍ୟାଶ୍ରମ, ଅନୁସୂଚିତ ଜାତି ଓ ଜନଜାତି ଆବାସିକ ଉଚ୍ଚ ମାଧ୍ୟ୍ୟମିକ କଲେଜ, ସେବା ସମବାୟ ସମିତି ଓ ପୋଷ୍ଟ ଅଫିସରେ ବେଶ ଉତ୍ସାହର ସହିତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ବିଶେଷ କରି ସ୍କୁଲମାନଙ୍କରେ ବିଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ଦିବସରେ ସାମିଲ ହେଇପାରୁ ନ ଥିଲେ । କିନ୍ତୁ ଏବେ ବର୍ଷ କୋଭିଡ କଟକଣା ଉଠିବା ପରେ ଛାତ୍ରଛାତ୍ରୀ ବେଶ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ କରିଥିଲେ । ଠିକ ସେପରି ଗ୍ରାମର ସମସ୍ତଙ୍କ ଘରେ ତ୍ରିରଙ୍ଗା ଲାଗି ଥିବା ଦେଖିବାକୁ ମିଳିଥିଲା । ଗ୍ରାମର ସମସ୍ତ ଘରେ ଲୋକେ ତ୍ରିରଙ୍ଗା ପତାକା ଲଗେଇ ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିଥିଲେ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.