ଲକ୍ଷେଘର ଗଣ୍ଡା ସମାଜ ପାଇକମାଲ ବ୍ଲକର ଚୈତ୍ର ପୂର୍ଣ୍ଣିମା ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ୧୩ତମ ଚୈତ୍ର ପୂର୍ଣ୍ଣିମା ମହୋତ୍ସବ ନୃସିଂହନାଥ ଲକ୍ଷେଘର ଗଣ୍ଡା ସମାଜର କଲ୍ୟାଣ ମଣ୍ଡପ ଠାରେ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ଶହ ଶହ ମହିଳାମାନେ କଳସ ଯାତ୍ରାରେ ସାମିଲ ହୋଇ ନୃସିଂହନାଥରୁ ପାଣି ଆଣି ଜୟ ଛତ୍ରପତି ମଣିମା ଡୁଙ୍ଗି ଚୂହାନର ଗୁଡ଼ିରେ କଳସ ସ୍ଥାପନା କରିଥିଲେ । କଳସ ଯାତ୍ରାରେ ମୁଖ୍ୟ କର୍ତ୍ତା ଭାବେ ମନୋରଞ୍ଜନ ସୁନା ଓ ତାଙ୍କର ଧର୍ମପତ୍ନୀ ସୁନନ୍ଦା ସୁନା, ପୂଜକ ଭାବରେ ପୂଜା ସାରଥୀ ସୁନା ଓ ମିତ୍ରଭାନୁ ତାଣ୍ଡି ୍ୱନ୍‌ନ୍ତ୍‌ନ୍ତ୍ର ପାଠ କରିଥିଲେ । ତାପରେ ଡ଼. ଲଳିତ ଜଗତ ବରିଷ୍ଠ ଗବେଷକ (ଲୋକ ନାଟକ) ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କର ରଚିତ ଓ ନିର୍ଦ୍ଦେଶିତ ଲୋକ ନାଟକ ନିଶା ନିବାରଣ ଉପରେ ଆଧାରିତ ଯମ ରଜାର କଥା ଓ ନୃସିଂହ ମହାପ୍ରଭୁଙ୍କର ଜନ୍ମ ଓ ଅବତାର ଉପରେ ଆଧାରିତ ଲୋକ ନୃତ୍ୟ ଉପାୟ ସାଂସ୍କୃତିକ ଅନୁଷ୍ଠାନ ମାଣ୍ଡୋସିଲର କଳାକାର ମାନଙ୍କର ଦ୍ୱାରା ସାଂସ୍କୃତିକ ର୍କାଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯାହାକି ସମସ୍ତ ଦର୍ଶକ ମାନଙ୍କୁ କଳାକାର ମାନଙ୍କର ନିଖୁଣ ଅଭିନୟରେ ବାନ୍ଧି ରଖିଥିଲା । ଏହି ଅବସରରେ ଉପାୟ ଅନୁଷ୍ଠାନର ୪ଜଣ କଳାକାର ଡ଼. ଲଳିତ ଜଗତ ବରିଷ୍ଠ ଗବେଷକ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର, ଅନିଶ ପାତ୍ର (ସମ୍ବଲପୁରୀ ଢୋଲ) ସିଟି ଏସ୍‌ ଏସ୍‌ ନୂଆ ଦିଲ୍ଲୀ, ପ୍ରିୟାଂଶୁ କୁମାର ଜଗତ( ସମ୍ବଲପୁରୀ ଢୋଲ ନିଶାନ) ସିଟି ଏସ୍‌ ଏସ୍‌ ନୂଆ ଦିଲ୍ଲୀ ଓ ଯମରଜା ଭୂମିକାରେ ଅଭିନୟ କରିଥିବା ସହଦେବ ସାହୁ, ଭେଲୁଆ ପଦରଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ସଭାପତି ଯୁଧିଷ୍ଠିର ଚାନ୍ଦ, ଉପସଭାପତି ମଣି ମହାନନ୍ଦ, ସମ୍ପାଦକ ରାଜୁ ମହାନନ୍ଦ, ଉପଦେଷ୍ଠା କ୍ଷେତ୍ରୀ ଲୁହାର, ମନୋରଞ୍ଜନ ସୁନା, ମୋହନ ଜଗତ, ଦିଲ୍ଲୀପ କୁମ୍ଭାର, ହରିରାମ ତାଣ୍ଡି ବେରନି ମହାନନ୍ଦ, ନବଘନ ତାଣ୍ଡି, ବିଜୟ ବାଗ, ମାୟା ତାଣ୍ଡି, ପୌଲସ୍ତି କୁମ୍ଭାର, ହରେ ମହାନନ୍ଦ, ଦାମୋଦର କନ୍ଧ, ମିଶ୍ର ବେଶ୍ରା, ଭଗବାନ ତାଣ୍ଡି, ଧନୁ ଦୀପ, କୃଷ୍ଣ ସୁନା, ଦଶରଥ ଚାନ୍ଦ, ଶୁଭ ଛତର, ରଞ୍ଜିତା ଛତର, ରମେଶ ଦୀପ, ଅଲେଖ କୁମ୍ଭାର ଓ ୨୨ ଗୋଟି ପଂଚାୟତର ସଭାପତି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.