ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜନଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଆନୁଷ୍ଠାନିକ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଯୋଗଦେଇ ମାତୃଭାଷାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ବ୍ରିଟୀଶ ଶାସନ ସମୟରେ ଭାରତ ବର୍ଷର ମାତୃଭାଷା ପ୍ରତି ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଓ ଓଡ଼ିଆ ମାତୃଭାଷା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ମୁଖ୍ୟଵକ୍ତା ଭାବେ ବରିଷ୍ଠ ଶିକ୍ଷାବିତ,ଏକାଧାରରେ ଜଣେ କବି, ଲେଖକ, ପ୍ରକାଶକ ଓ ଆଇନଜୀବି ଲକ୍ଷ୍ମଣ ପଣ୍ଡା ମୁଖ୍ୟଵକ୍ତା ଭାବେ ଯୋଗଦେଇ ମାତୃଭାଷାର ମମତା ସହିତ ମାତୃଭାଷା ଓ ଜନ୍ମମାଟି ଜଣେ ବ୍ୟକ୍ତିକୁ ନିଜର ପରିଚୟ ଦେଇଥାଏ ବୋଲି ମତପ୍ରକାଶ କରିଥିଲେ । ଓଡ଼ିଆ ଲେଖିବା, ପଠନ, ଲିଖନ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ସ୍ୱରଚିତ କବିତା ପାଠକରି ସଭିଁଙ୍କୁ ମୁଗ୍ଧ କରିଦେଇଥିଲେ । ଉମାକାନ୍ତ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଡି. ବିଷ୍ଣୁ ପ୍ରିୟା, ବାଦଲ କୁମାର ଜେନା, ସୁବାସ ଚନ୍ଦ୍ର ସାହୁ, ସିମାଞ୍ଚଳ ସାହୁ ଓ କାହ୍ନୁ ଚରଣ ବେହେରା କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଏଥିରେ ବହୁସଂଖ୍ୟାରେ ଅନୁଷ୍ଠାନର ମହିଳା ସଦସ୍ୟ ଯୋଗଦେଇଥିଲେ ।