ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି । ପରିବହନ ଅଧିକାରିଣୀ ମିଲି ସାହୁ, ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ମାନସ ରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହିମାଂଶୁ ଚରଣ ସାହୁ, ଦୁଷ୍ମନ୍ତ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତରେ ଏକ ବିରାଟ ଶୋଭାଯାତ୍ରାରେ ମହାବିଦ୍ୟାଳୟ ଠାରୁ ବାହାରି ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ବସଷ୍ଟାଣ୍ଡରେ ପହଞ୍ଚିବା ପରେ ପୁଣି ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ଏନଫୋର୍ସମେଣ୍ଟ ଟିମ୍, ସ୍ଥାନୀୟ ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ରକ୍ଷକ ତାଲିମଦାତା ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ତାଲିମ୍ ପ୍ରଦାନ କରିଥିଲେ । ଶେଷରେ ମାନସ ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।