ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଠାରେ ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ଗଞ୍ଜାମ ଶାଖା ତରଫରୁ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ରବିବାର ଆୟୋଜିତ ହୋଇଯାଇଛି । ପ୍ରଥମ ପର୍ୟ୍ୟାୟରେ ସମ୍ପାଦକ ତ୍ରିନାଥ ବେହେରାଙ୍କ ଦ୍ଵାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସଭାପତି ସୁଧାକର ପାଣିଗ୍ରାହୀଙ୍କ ଦ୍ଵାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ପ୍ରାରମ୍ଭରେ ନବ ନିଯୁକ୍ତ ଫାର୍ମାସୀ ଅଫିସରଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ “ଟୀକାକରଣର ସମର୍ଥକ ଭାବରେ ଫାର୍ମାସିଷ୍ଟ” ବିଷୟରେ ବିଶଦ ଆଲୋଚନା ହୋଇଥିଲା । ସଭା ଶେଷରେ ଶ୍ରୀମତୀ ସସ୍ମିତା କୁମାରୀ ବିଷୋୟୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୋଷାଧ୍ୟକ୍ଷ ଶ୍ରୀମତୀ ସୁନେଲି ଦେବୀ, ଉପସଭାପତି ଜପଡ଼ିକ୍ସିତ୍ ମହାପାତ୍ର, ଶ୍ରୀକାନ୍ତ ବେହେରା, ଯୁଗ୍ମସମ୍ପାଦକ ଶ୍ରୀମତୀ ପିଙ୍କି ମହାନ୍ତି, ସଂଗ୍ରାମ ଅଚାରୀ ଏବଂ ଗଞ୍ଜାମ ଜିଲ୍ଲାର ସମସ୍ତ ସଦସ୍ୟ ମଣ୍ଡଳୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।