ଜାତୀୟ ଶିକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରତୀକ୍ଷା ପ୍ରତିଶ୍ରୁତି ସଭା ସଂଚାଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ଡ଼କ୍ଟର ଲଳିତ କୁମାର ପାତ୍ର ଯୋଗଦେଇ ‘କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ପରିପ୍ରେକ୍ଷୀରେ ମାନବୀୟ ସଂସ୍ଥାନର ସୁରକ୍ଷା’ ଶୀର୍ଷକ ଆଲୋଚନାରେ ନିଜ ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ବିଭାଗର ଅଧ୍ୟାପିକା ମୋନାଲିସା ନାଗ, ଶିଖା ସାହୁ, ସ୍ନେହାରାଣୀ ପଟେଲ ଓ ଅଧ୍ୟାପକ ଧର୍ମରାଜ ସାହୁ ଯୋଗଦେଇ ନିଜ ନିଜ ମତ ରଖିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.