ଛତ୍ରପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଗୋବିନ୍ଦପୁର ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଛତ୍ରପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକୀ ଗୋବିନ୍ଦପୁର ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ମୁଖ୍ୟଅତିଥି ଭାବେ ପୂର୍ବତନ କଂଗ୍ରେସ ବିଧାୟକ ଅଶୋକ ଚୌଧୁରୀ, କଂଗ୍ରେସ ନେତା ଭାଗିରଥି ବେହେରା, ଆଇନଜୀବି ବାବୁ ନାହାକ, ଛତ୍ରପୁର ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ପୂର୍ବତନ ସରପଞ୍ଚ ଆର. ନରହରି ରେଡ୍ଡୀ, କ୍ରିଷ୍ଣା ରେଡ୍ଡୀ, କଂଗ୍ରେସ ଛାତ୍ରନେତା ମହେଶ ଗୌଡ଼, ଇଜୁ ଅମିନ ଖାନ୍, ପୂର୍ବତନ ପ୍ରଧାନଶିକ୍ଷକ କୁମୁଦ ବେହେରା, ସୁବାଷ ଜେନା, ପ୍ରମୁଖ ଯୋଗଦେଇ ପ୍ରଫୁଲ୍ଲ ନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନୁଷ୍ଠିତ ଆନୁଷ୍ଠାନିକ ସଭାରେ ପ୍ରଫୁଲ୍ଲ ନାୟକଙ୍କ ଆଦର୍ଶ ଜୀବନୀ ଉପରେ ସ୍ମୃତି ଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ସୌରି ନାହାକ, ଶିକ୍ଷୟିତ୍ରୀ ଧରିତ୍ରୀ ପାଣିଗ୍ରାହୀ, ଅଜିତା ଚୌଧୁରୀ, ଶିକ୍ଷକ ପ୍ରଶାନ୍ତ ମେକାପ, ରବୀନ୍ଦ୍ର ମହାପାତ୍ର, ସମାଜସେବୀ ଗୋଲକ ନାୟକ, ମନୁ ନାୟକ, ସୋମେୟା ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କ୍ରୀଡାଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.