centurian jitm

ଡ. ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ସଦାଇପାଲିରେ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସଦାଇପାଲି ନବଜ୍ୟୋତି କ୍ଲବ ତରଫରୁ ସ୍କୁଲ ପଡିଆ ଠାରେ ସନ୍ଧ୍ୟା ଘ.୮ ସମୟରେ ମହାସମାରୋହରେ ପାଳନ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଦଳିତ ଶିକ୍ଷକ ସଂଗଠନର ସଭାପତି ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇଥିଲା । ମୁଖ୍ୟ ଅତିଥି ରୂପେ କାଉନସିଲର ଶମ୍ଭୁ ନାଗ, ସମ୍ମାନିତ ଭାବେ କାଉନସିଲର କିଶୋର କୁମ୍ଭାର, ପ୍ରଧାନ ଶିକ୍ଷକ ଜୁନାଗଡ ନେପାଲ ଚନ୍ଦ୍ର ବାଗ, କୁନା ବାଗ ଓ ଅର୍ଜୁନ ମୁଗ୍ରୀ ମଂଚାସିନ ଥିଲେ । ଋଷିକେଶ ମୁଗ୍ରୀ ଧନ୍ୟବାଦ ଦେଇଥିଲେ । ପଡାର ସମସ୍ତ ମହିଳା, ପୁରୁଷ, ଛାତ୍ରଛାତ୍ରୀ, ଯୁବକମାନେ ସହଯୋଗ କରିଥିଲେ ଏବଂ ନୃତ୍ୟ ପରିବେଷଣ କରିଥିଲେ । ରାଜେନ୍ଦ୍ର ରାଏ, ପପୁ ସୁନା, ବାବୁନା, ଦୁର୍ଜୁ ମୁଗ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.