oom

ଶିବତଲା ସେବାଶାନ୍ତି ସଂଗଠନ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ରବିବାର ଦିନ ଶିବତଲାଠାରେ ଶିବତଲା ସେବାଶାନ୍ତି ସଂଗଠନ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଜନସଚେତନତା ପାଇଁ ଗ୍ରାମ ପରିକ୍ରମା, ସ୍ଥାନୀୟ ନୂଆଁ ବଜାର ପରିସରରେ ବୃକ୍ଷ ରୋପଣ ତଥା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନାଏବ ସରପଞ୍ଚ ନିରଞ୍ଜନ ମେହେର ମୁଖ୍ୟ ଅତିଥି, ପୂର୍ବତନ ବାୟୁସେନା ତଥା ପ୍ରକୃତି ପ୍ରେମୀ ଶାନ୍ତନୁ ରଣା ସମ୍ମାନିତ ଅତିଥି, ପୂର୍ବତନ ପଂଚାୟତ ସମ୍ପାଦକ କଳାକାନ୍ହୁ ବେହେରା ମୁଖ୍ୟ ପ୍ରବକ୍ତା, ବଜାର କମିଟିର ସଦସ୍ୟ ସୀତାରାମ ଧରୁଆ, ନବୀନ ମେହେର, ଲିଙ୍ଗ ରଣା, ଉଦୟନାଥ ବେହେରା ଏବଂ ଗ୍ରାମ୍ୟ କମିଟିର ସଦସ୍ୟ ଲୋକନାଥ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ । ସଂଗଠନର ସଭାପତି ଭୋଜରାଜ ବେହେରା, ପୂର୍ବତନ ସଭାପତି ତଥା ସଂଗଠନର କର୍ଣ୍ଣଧାର ନବୀନ ସାହୁ କାର୍ଯ୍ୟକ୍ରମକୁ ରୂପରେଖ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ଅଜିତ ପୁଟେଲ, ରାଘବ ରଣା, ପିଙ୍କୁ ରଣା, ଅନନ୍ତ ବନଗୁଲା, ମିହିର ପଶାୟତ, ସୁବିନ ପଶାୟତ, ରମେଶ ମେହେର, ତଥା ଗ୍ରାମର ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟ, ଯୁବପିଢ଼ି ଏବଂ ଗୁରୁଜନ ବହୁ ସଂଖ୍ୟାରେ ଯୋଗଦାନ କରି ସହଯୋଗ କରିଥିଲେ । ସଭାପରିଚାଳନା ହୋଲିଶ୍ୱର ଧରୁଆ କରିଥିଲେ ଓ ସମ୍ପାଦକ ମଧୁସୂଦନ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.