centurian jitm

ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳନ କଲେ ଅମର ସେଠି : ୯୦ ୟୁନିଟ ରକ୍ତ ସଂଗୃହିତ

ବାରିପଦା, (ଦେବସ୍ମିତ ଚୌଧୁରୀ ) : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆର କେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଅମର କୁମାର ସେଠି ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନିଜ ଜନ୍ମଦିନ ପାଳନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ, ବାରିପଦା ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ଓ ଫାଉଣ୍ଡେସନର ସଦସ୍ୟା କାଉନସିଲର ସୁକେଶିନୀ ସେଠି ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏମ ସି ସି ବ୍ୟାଙ୍କର ସୁବ୍ରମନିୟମ ମହାନ୍ତି, ବାର ଏସୋସିଏସନର ଉପ ସଭାପତି ସତ୍ୟବ୍ରତ ଦାଶ, ପରିବେଶୀତ ବିବେକାନନ୍ଦ ପଟ୍ଟନାୟକ, ବିପ୍ଳବ ଭୁଗୁଡେଇ ଏବଂ ଡଃ ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ଡଃ ଦୁର୍ଗାମାଧବ ଦାସ, ଡଃ ସୌମ୍ୟରଞ୍ଜନ ନାୟକ, ସରୋଜ ସାହୁ ତଥା କାଉନସିଲର ଅନନ୍ତ ଦାସ, ରାଜ ଗୁପ୍ତା, ସୁଜିତ ମହାନ୍ତି, ଶ୍ରବଣ ଗୋପ, ପ୍ରଭାତ ମହାନ୍ତି, ସରୋଜ ମହାପାତ୍ର, ଗୌରବ ମୋଦି, ମନୀଷ ଖଣ୍ଡେଲୱାଲ, ଦୁର୍ଗାପ୍ରସାଦ ମୋଦୀ ତଥା ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ନିଜେ ଅମର ସେଠି ଓ ୨ ଜଣ ମହିଳା ସମେତ ମୋଟ ୯୦ ଜଣ ରକ୍ତଦାନ କରିଥିଲେ । ଅବିନାଶ ସେଠି, ଅସୀମ ଚକ୍ରବର୍ତ୍ତୀ, ଦୀପକ ମିଶ୍ର, ରାମଚନ୍ଦ୍ର ମୁର୍ମୁ, କିଚକ ବେହେରା, ରବିନାରାୟଣ ବେହେରା, ଲିଟନ ପଟ୍ଟନାୟକ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ରକ୍ତ ଭଣ୍ଡାରର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ଆର ଖୁରାନା, ପ୍ରଫୁଲ୍ଲ ମାଝୀ, ସତ୍ୟଜିତ ମହାନ୍ତ, କରୁଣାକର ଜେନା, ଶକୁନ୍ତଳା ମହାନ୍ତ ଓ ପୁଣ୍ଡରୀକାକ୍ଷ ଦାସ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.