ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଦିନରେ ଯେଉଁଠାରେ ଜନ୍ମଦିନ ପାଳନ ଅଧିକାଂଶ ସମୟରେ ଆଡମ୍ବରରେ ସୀମିତ ହୋଇପଡ଼ୁଛି, ସେଠାରେ ମନିଷ ବାଘ ଓ ଅକ୍ଷୟ କୁମାର ପଟେଲ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେମାନେ ତାଙ୍କର ଜନ୍ମଦିନ ଓ ବିବାହ ବାର୍ଷିକୀ ଅବସରରେ ବାଦିମାଲ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କ ସହିତ ଅତ୍ୟନ୍ତ ସରଳ ଓ ମାନବିକ ଭାବେ ପାଳନ କରିଛନ୍ତି । କେଶବ ଚନ୍ଦ୍ର ଅଦାବରିଆ ସ୍ଵଇଚ୍ଛାରେ ଦାନ କରିଥିଲେ । ଏହି ଅବସରରେ ସେମାନେ କୁଷ୍ଠାଶ୍ରମକୁ ପହଞ୍ଚି ସେଠାରେ ବସବାସ କରୁଥିବା ଅନ୍ତେବାସୀମାନଙ୍କ ସହ ସମୟ କାଟିଥିଲେ । ସେମାନଙ୍କ ସହ ଖୁସି ବାଣ୍ଟିବା ସହିତ ଖାଦ୍ୟ ବଣ୍ଟନ କରିଥିଲେ ଏବଂ ତାଙ୍କର ଅଭାବ-ଅନୁଭବକୁ ନିକଟରୁ ଅନୁଭବ କରିଥିଲେ । ଏହି ସହଜ ଓ ସ୍ନେହଭରା ପଦକ୍ଷେପ ଅନ୍ତେବାସୀମାନଙ୍କ ମୁହଁରେ ହସ ଆଣିଥିଲା । ମନିଷ ବାଘ, ଅକ୍ଷୟ କୁମାର ପଟେଲ ଏବଂ କେଶବ ଚନ୍ଦ୍ର ଅଦାବରିଆଙ୍କ ଏହି ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣାଦାୟକ ଦୃଷ୍ଟାନ୍ତ । ସେ କହିଥିଲେ ଯେ, “ମାନବ ସେବା ହିଁ ପ୍ରକୃତ ଇଶ୍ଵର ସେବା” । ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏପରି କାର୍ଯ୍ୟ ଅନ୍ୟମାନଙ୍କୁ ମଧ୍ୟ ସମାଜସେବାରେ ଆଗୁଆ କରିବ ବୋଲି ମତ ପ୍ରକାଶ କରିଥିଲେ ।