ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳନ କରାଯାଇଥିଲା । ବିଜେଡି କର୍ମୀମାନେ ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜୁ ବାବୁଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ଥିଲା । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାବାସୀଙ୍କ ସେବା ପାଇଁ ବିଜୁ ଜନତା ଦଳ ସଦାସର୍ବଦା ସଂକଳ୍ପବଦ୍ଧ ବୋଲି ବିଜେଡି ନେତୃବୃନ୍ଦ ମତପ୍ରକାଶ କରିଥିଲେ । ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ, ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସ୍ଵାଧୀନୋତ୍ତର ଓଡିଶା ନିର୍ମାଣର ବିନ୍ଧାଣୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣରେ ବିଜେଡି ନେତୃବୃନ୍ଦ ପ୍ରସନ୍ନ କୁମାର ସାହୁ, ବାସନ୍ତୀ ସାହୁ, ଦୁର୍ବାସା ନିଶଙ୍କ, ଚିତ୍ରସେନ ନିଶଙ୍କ, ଅର୍ନ୍ନପୂର୍ଣ୍ଣା ରଣଜିତ, ଲଲାଟ କେଶରୀ ସାମନ୍ତରାୟ, ମାର୍କଣ୍ଡ ମଙ୍ଗରାଜ, ବିପିନି ବିହାରୀ ନରେନ୍ଦ୍ର, କାଶୀନାଥ ସାହୁ, ନିରଞ୍ଜନ ମହାନ୍ତି, ଭୀମସେନ ପ୍ରଧାନ, କଳ୍ପତରୁ ବରାଳ, ପ୍ରକାଶ ଚନ୍ଦ୍ର ସାମନ୍ତସିଂହାର, ବସନ୍ତ କୁମାର ବେହେରା, ରବିନାରାୟଣ ତାଡ, ବିଭୁତି ଭୂଷଣ ପରିଡା ପ୍ରମୁଖ ସାମିଲ ହୋଇଥିଲେ ।
Prev Post