ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ସ୍ୱାଧୀନତା ଉତ୍ସବ ପାଳନ ସମାରୋହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସମାଜସେବୀ ଧର୍ମେନ୍ଦ୍ର ବିଶ୍ୱାଳ ଓ ସରୋଜ ସାଙ୍କ ନେତୃତ୍ୱରେ ରାମଧୁନ ଓ ପ୍ରଭାତ ଫେରି ନଗର ପରିକ୍ରମା କରିଥିଲା । ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥିତ ସଂଗ୍ରାମୀ ମଣ୍ଡପରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ପଂଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ବରପୁତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ଇତିହାସର ବୀରତ୍ୱର ଗାଥା ମାନେ ପକାଇ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସହଯୋଗର ହାତ ବଢ଼ାଇ ଡୁଙ୍ଗୁରିପାଲି ବ୍ଲକକୁ ଉନ୍ନତିର ଚରମ ଶିଖରରେ ପହଂଚାଇବା ସହ ଦେଶ ମାତୃକାର ସେବା କରିବାକୁ ଅନୁରୋଧ କରିଥିଲେ । ଲିଟିଲ ଆଞ୍ଜେଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଡୁଙ୍ଗୁରିପାଲି ଥାନାଧିକାରୀ, ଅଗ୍ନିଶମ ଅଧିକାରୀ, ବନ ସଂରକ୍ଷକ ଅଧିକାରୀ ବିଚାରକ ଭାବେ ଯୋଗଦେଇ ସର୍ବ ଶ୍ରେଷ୍ଠ ପରେଡ ଦଳ ଚୟନ କରିଥିଲେ । ପରେଡ ପ୍ରଦର୍ଶନର ଶୃଙ୍ଖଳା ଦାୟିତ୍ୱ ଆଲାଇନ ଫିଜିକାଲ ଏକାଡେମୀ ନିର୍ବାହ କରିଥିଲେ । ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଅତିଥି ସ୍ୱାଗତ କରିଥିଲେ । ଡୁଙ୍ଗୁରିପାଲି ଉପକଣ୍ଠରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସେଞ୍ଚୁରିଆନ ବିଦ୍ୟାଳୟ, ଲିଟିଲ ଏଞ୍ଜେଲ ବିଦ୍ୟାଳୟ, ବିଶ୍ଵାତ୍ମା ବିଦ୍ୟା ମନ୍ଦିର ଓ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାର୍ଚ୍ଚ ପାଷ୍ଟ କରିଥିଲେ । ବ୍ଲକ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବାଡା, ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଓ ଅନ୍ୟାନ୍ୟ ଅଧିକାରୀ ସମ୍ମାନିତ ଅତିଥିଭାବେ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜିତ ସଂଗୀତ, ବକ୍ତୃତା, ପ୍ରବନ୍ଧ ଲିଖନ, କୁଇଜ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ପ୍ରଥମ ତିନୋଟି ସ୍ଥାନ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ରଖିଥିବା ଛାତ୍ରୀ ସୁବାସିନୀ ଦୀପ ଓ ଛାତ୍ର ନିଗମ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜ ପ୍ରତି ଅବଦାନ ପାଇଁ ଚିକିତ୍ସା ବିଭାଗର କଳ୍ପତରୁ ମିଶ୍ର ଓ ବିଶ୍ୱନାଥ ମୁଗ୍ରୀ ଏବଂ ଖେଳ ଶିକ୍ଷକ ଦେବରାଜ ସେଠଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ମହେଶ୍ୱର ପ୍ରଧାନ, ଗୋଷ୍ଠୀ ସହ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଧା, ଜଗତ ମଲ୍ଲିକ, ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ହେମ୍ବ୍ରମ, କରୁଣାସାଗର ପାତ୍ର, ଅବିନାଶ ପଣ୍ଡା, କୋଷାଧ୍ୟକ୍ଷ ଦେବାଶିଷ ପଧାନ, ଅବିନାଶ ପୂଜାରୀ, ନାରାୟଣ ପଧାନ, ଖିରୋଦ ଭୂଷଣ ରାୟ, ସିଦ୍ଧାର୍ଥ ପୂଜାରୀ, ଦୀପକ ପଧାନ, ଅତୁଳ କୁମାର ସାହୁ, ସୁଦର୍ଶନ ପୁଟେଲ, ଅକ୍ରୁର ମେହେର, ଧର୍ମେନ୍ଦ୍ର ବେହେରା, ପର୍ଶୁରାମ ଚୌଧୁରୀ, ସରୋଜ କୁମାର ସା, ବୈଦ୍ୟନାଥ କର୍ମୀ, ଦିଲ୍ଲୀପ ବାଗ, ପି ଭରାସାଗରିଆ,ସରୋଜ ମେହେର, ଶ୍ରଦ୍ଧା ସାହୁ, ବିନାୟକ ମିଶ୍ର, ସୀତାରାମ ପଧାନ, ମନୋଜ ସାହୁ, ସମୀର ପଧାନ, ଅରୁଣ ଥପା, ଯଜ୍ଞଦତ୍ତ ବିଶ୍ୱାଳ, ବିଭୁତି ପଧାନ, ସେବକ ସା, ଖେଳ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ, ସିଆରସିସି ନରେନ୍ଦ୍ର ପୁରୋହିତ, ସୁରେଶ କୁମାର ନାୟକ, ଚିତ୍ତରଞ୍ଜନ ଠାକୁର, ସୁରେନ୍ଦ୍ର ରଥ, ରାଧେଶ୍ୟାମ ରଥ, ରମେଶ ଭୋଇ, ସୁଧାଂସୁ ସାହୁ, ନୀଳକଣ୍ଠ ନାଏକ, ରଞ୍ଜନ ଦାଶ, ସୌରଭ ସାହୁ, ସୁନୀଲ ସେଠ୍, ପ୍ରଦୀପ୍ତକିଶୋର ଦାଶ, ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ଓ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ କ୍ଲଷ୍ଟରର ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ପୁରାତନ ଛାତ୍ରଛାତ୍ରୀ, ସମାଜସେବୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ । ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡ଼.ସୁବାସ ଚନ୍ଦ୍ର ପାତ୍ର ସଭା ସଂଯୋଜନା କରିଥିବା ବେଳେ ଚେରୁପାଲି ସିଆରସିସି ଦିଲୀପ କୁମାର ପଧାନ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଶେଷରେ ସ୍ୱାଧୀନତା ପାଳନ ଉତ୍ସବ ସମିତି ସଂଯୋଜକ ବିପ୍ରଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prev Post