ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ- ତଥା-ଜିଲ୍ଲା ନ୍ୟାୟାଧିଶ ପବିତ୍ର ମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ବଲାଙ୍ଗିର ସିଭିଲ କୌଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥି ସହିତ ବଲାଙ୍ଗିର ଟିଟିଲାଗଡ, ପାଟନାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ, ବୋଙ୍ଗୋମୁଣ୍ଡାର ସମସ୍ତ ତାଲୁକ ଆଇନ ସେବା ପ୍ରାଧିକରଣ, ଜିଲ୍ଲା କାରାଗାର ଏବଂ ଉପ ଜିଲ୍ଲା କାରାଗାର, ଶିଶୁ ସୁରକ୍ଷା ଅନୁଷ୍ଠାନ ଓ ଜରାଶ୍ରମ ଆଦି ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ, ବରଂ ଜୀବନ କଟେଇବା ପାଇଁ ଏକ ଅଭୁଦ କଳା ଅଟେ ବୋଲି ଉପସ୍ଥିତ ମୁଖ୍ୟ ଅତିଥି ପବିତ୍ର ମୋହନ ସାମଲ କହିଥିଲେ । ଏହା ଶରୀର, ମନ ଏବଂ ଆତ୍ମାକୁ ସନ୍ତୁଳନ କରିବାର ମାଧ୍ୟମ ଅଟେ । ଆନ୍ତର୍ଜାତୀୟ ଯୋଗ ଦିବସର ଏହି ବର୍ଷର ଥୀମ “ଏକ ପୃଥିବୀ- ଏକ ସାସ୍ଥ୍ୟ ପାଇଁ ଯୋଗ” ରେ ଏହି ଦିବସ ପାଳନ ହୋଇଥିଲା ।
