oom

ପଦ୍ମପୁର ଡିସିବି ବ୍ୟାଙ୍କର ତୃତୀୟ ବାର୍ଷିକ ଉତ୍ସବ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଲୋକଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଗା ଠୂ ସହର ଚାରିଆଡେ ଲୋକଙ୍କ ହାତ ପହଞ୍ଚରେ ଖୋଲି ଉଠିଛି ବହୁତ ଗୁଡ଼ାଏ ବ୍ୟାଙ୍କ । କିନ୍ତୁ ତା ମଧ୍ୟରୁ ଲୋକଙ୍କର ବିଶ୍ୱାସ ଏବଂ ସମ୍ପର୍କର ପ୍ରିୟ ଭାଜନ ହୋଇପାରିଛନ୍ତି ମାତ୍ର କିଛି ତା ମଧ୍ୟରୁ ଏକ ବ୍ୟାଙ୍କ ହଉଛି ପଦ୍ମପୁର କଲେଜ ରୋଡ଼ ସ୍ଥିତ ଡିସିବି ବ୍ୟାଙ୍କର ଶାଖା, ଯେଉଁଠି କି ଆଜି ସଫଳତାର ସହ ନିଜର ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି ଏହି ଶାଖା । ତେବେ ଏହି ଅବସରରେ ଶାଖାର କର୍ମଚାରୀଙ୍କ ସହ ଵିଭିନ୍ନ ବର୍ଗ ଓ ବିଭାଗର ଗ୍ରାହକ ମାନଙ୍କୁ ନେଇ ପାଳନ କରାଯାଇଥିଲା ବାର୍ଷିକ ଉତ୍ସବ । ତେବେ ଏହି ଅବଶରରେ ଶାଖା ପ୍ରବନ୍ଧକ ଶ୍ରୀ ଏମ. ରାଜେଶ ଗ୍ରାହକ ମାନଙ୍କୁ ବ୍ୟାଙ୍କର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରିବା ସହ କରାଯାଉଥିବା ଜନ କଲ୍ୟାଣ କରି ଯୋଜନା ଯେମିତି କି ସଂଚୟ ଖାତା, ଦୀର୍ଘ ମିୟାଦି ଓ ଶ୍ୱଳ୍ପ ମିୟାଦି ଜମା ଖାତା, ଚାଷ ରୁଣ, ନିଜସ୍ୱ ରୁଣ, ଯାନବାହାନ ରୁଣ, ଗୃହ ରୁଣ, ସୁନା ରୁଣ, ଫିକ୍ସ ଦିପୋଜିଟ, ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ସହ ବ୍ୟାଙ୍କରେ ଥିବା ଲକର ସୁବିଧା ଓ ଉପଯୋଗ ବିଷୟରେ ବୁଝାଇବା ସହ ବ୍ୟାଙ୍କ ଆକାଉଣ୍ଟ, ଜମା ଟଙ୍କା, କିମ୍ବା ଋଣ ସମ୍ବନ୍ଧୀୟ କୌଣସି ବି ସନ୍ଧେହ କିମ୍ବା ଆପତ୍ତି ଜନକ ମେସେଜ୍ ଅବା କଲ୍ ଆସିଲେ ନ ଡରି ସ୍ଥାନୀୟ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରିବା ପାଇଁ ସଚେତନ କରିଥିଲେ । ଏହି ଉତ୍ସବରେ ସ୍ଥାନୀୟ ଶାଖାର ବୋହୁ ସଂଖ୍ୟାରେ ଉପସ୍ଥିତ ଗ୍ରାହକଙ୍କ ସହ ସମସ୍ତ କର୍ମଚାରୀ ମଧ୍ୟ ସାମିଲ ହୋଇ ଖୁବ ଉତ୍ସାହର ସହ ବାର୍ଷିକ ଉତ୍ସବ ପାଳନ କରିଥିଲେ ।

jittmm
Leave A Reply

Your email address will not be published.