oom

ଶିକ୍ଷା ସପ୍ତାହ ଉପଲକ୍ଷେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳନ

jsmm

ଏସ. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କୁଶ ଦାଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ ପାଳିତ ହୋଇଯାଇଛି । କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ପାଳିତ । ଏହି କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବର୍ଷ ପାଳନ ଅବସରରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମର ପଞ୍ଚମ ଦିବସ ଅବସରରେ ଆହୁରି ଅଧିକ ଜ୍ଞାନ ଆହରଣର ଶିକ୍ଷା ଲାଭ କରିବାକୁ ଦୀକ୍ଷା ଅପର ବ୍ୟବହାର, ସ୍ୱୟଂ ପୋର୍ଟାଲର ବ୍ୟବହାର, ରେଡ଼ିଓର ବିଭିନ୍ନ ଶୈକ୍ଷଣୀୟ କାର୍ଯ୍ୟକ୍ରମ, ପି. ଏମ୍‌. ଇ. ବିଦ୍ୟା ଦୂରଦର୍ଶନ ଚାନେଲ, ବିଦ୍ୟା ସମୀକ୍ଷା କେନ୍ଦ୍ର, ଏନ୍‌.ସି.ଇ.ଆର.ଟି ୟୁ ଟ୍ୟୁବ ଚାନେଲ, ଓସେପା ୟୁ ଟ୍ୟୁବ ଚାନେଲର ଶୈକ୍ଷିକ କାର୍ଯ୍ୟକ୍ରମ, କମ୍ପ୍ୟୁଟର ଭିତ୍ତିକ ଶିକ୍ଷଣ, କମ୍ପ୍ୟୁଟର ଭିତ୍ତିକ ଶିକ୍ଷଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ବିଦ୍ୟାଳୟକୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଟାବଲେଟ୍‌ ମାଧ୍ୟମରେ କେମିତି ଶିକ୍ଷା ଲାଭ କରାଯାଇ ପାରିବ ସେହି କୌଶଳ ଗୁଡିକ ବିଷୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ରଘୁନାଥ ବାଗ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ କଳ୍ପନା ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟରର ପଣ୍ଡରାପାଲି, କେନ୍ଦୁପାଲି, ବ୍ରାହ୍ମଣୀପାଲି, କାଇସକନ୍ଦା, ଗଜବନ୍ଧ, ସୁଲେଇ ଓ ଧାତୁକିପାଲି ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.