lika

ପାଇକମାଳ ବଣିକ ସଂଘ ପକ୍ଷରୁ ପାଇକମାଳକୁ ପାଞ୍ଚ ଦିନିଆ ସଟଡାଉନ ଘୋଷଣା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ବିଶ୍ୱ ମହାମାରୀ କୋରୋନା । ଏହି ମହାମାରୀର ଶିକାର ହୋଇ ଜୀବନ ହରାଉଛନ୍ତି ବହୁ ଲୋକ । ଲୋକଙ୍କର ଧନ ଜୀବନର ସୁରକ୍ଷା ପାଇଁ ତଥା ମହାମାରୀକୁ ରୋକିବା ପାଇଁ ରବିବାର ପାଇକମାଳ ତହସିଲଦାରଙ୍କ କାର୍ଯ୍ୟାଳୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଇକମାଳ ତହସିଲଦାର ମନୋଜ କୁମାର ମେହେର, ବିଡ଼ିଓ ସୁରେନ୍ଦ୍ର କୁମାର ମେହେର, ପାଇକମାଳ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧ, ପାଇକମାଳ ନାଗରିକ କମିଟିର ସଭାପତି ମନୋଜ କୁମାର ତ୍ରୀବେଦୀ, ବଣିକ ସଂଘର ସମ୍ପାଦକ ସୁବ୍ରତ ସାହୁ, ଉପସଭାପତି ଡା. କମଲେସ ଅଗ୍ରୱାଲ, ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ବଣିକ ସଂଘ ତରଫରୁ ଆସନ୍ତା ୨୭ତାରିଖ ମଙ୍ଗଳବାର ସଂନ୍ଧ୍ୟା ୬ଟାରୁ ୩ ତାରିଖ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବନ୍ଦ ସମୟରେ ପ୍ରତ୍ୟେକ ଦିନ ସକାଳେ କ୍ଷୀର, ପନିପରିବା ଓ ଫଳ ଦୋକାନ ସକାଳ ୬ଟାରୁ ୮ଟା ସମୟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସଂଘର ସଭାପତି ଜୁଗଳ ମେହେର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୱାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଔଷଧ ଦୋକାନ ଓ ଅତ୍ୟାବଶକୀୟ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ ରହିବ । ଅଞ୍ଚଳବାସୀ ସମସ୍ତ କୋଭିଡ ନିୟମକୁ ପାଳନ କରିବା ସହ ଏହି ସଡାଉନକୁ ସହଯୋଗ କରିବେ ବୋଲି କୁହାଯାଇଛି । ଆବଶ୍ୟକ ପଡିଲେ ପରବର୍ତ୍ତୀ ସପ୍ତାହରେ ଶନିବାର ଓ ରବିବାର ସଡାଉନ ରଖା ଯିବ ବୋଲି ସମ୍ପାଦକ ସୁବ୍ରତ ସାହୁ କହିଛନ୍ତି । ପାଇକମାଳ ବ୍ଲକକୁ କରୋନା ଟେଷ୍ଟିଙ୍ଗ କିଟ୍‌ କମ ଆସୁଥିବା ସହ ବ୍ଲକରେ ଜଣେ ମାତ୍ର ଟେକ୍ନିସିଆନ ଟେଷ୍ଟିଙ୍ଗ କରୁଥିବାରୁ ସମସ୍ୟା ଦେଖା ଦେଉଛି । ଟେଷ୍ଟିଙ୍ଗ କିଟ ଅଧିକ ପରିମାଣର ଦେବା ସହ ଅଧିକ ଟେକ୍ନିସିଆନ ଯୋଗାଇ ଦେବା ପାଇଁ ବାଣିକ ସଂଘର ଉପସଭାପତି ଡା. ଅଗ୍ରୱାଲ ଦାବୀ ଉପସ୍ଥାପନ କରିଥିଲେ । ପଦ୍ମପୁର ଜେନିତ କଲେଜରେ ୨୦୦ ବେଡର ଏକ କୋଭିଡ ହଷ୍ପିଟାଲ ଖୁବ ଶୀଘ୍ର ଖୋଲାଯାଉଛି ବୋଲି ବରଗଡ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଶନିବାର ଉକ୍ତ ସ୍ଥାନ ବୁଲି ଫେରିଛନ୍ତି ଉପ ଜିଲ୍ଲାପାଳ ଶ୍ରୀ ଦରୱାନ ସୂଚନା ଦେଇଛନ୍ତି ।

babaa
Leave A Reply

Your email address will not be published.