ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବଲାଙ୍ଗିରରେ ପହଞ୍ଚିଲା ପାରଳାଖେମୁଣ୍ଡି ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଶନିବାର ବିଳମ୍ବିତ ରାତିରେ ବଲାଙ୍ଗିରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏସିଏଫ୍‌ ସୋମ୍ୟରଞ୍ଜନ ମୃତ୍ୟୁ ଘଟଣା ଚାରିଆଡେ ଚର୍ଚ୍ଚାରେ ରହିଥିବା ବେଳେ ସାରା ଅଂଚଳ ସ୍ତବ୍ଧ ହୋଇଯାଇଛି । ମୃତ୍ୟୁ ଘଟଣାକୁ ୧୦ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହି ଘଟଣାର ଚେର ବଲାଙ୍ଗିର ଯାଏଁ ଲମ୍ବିଥିବା ନେଇ ସନ୍ଦେହ କରାଯାଇ ଛାନ୍‌ଭିନ୍‌ ଜାରି ରହିଛି ।

Leave A Reply

Your email address will not be published.