ପଦ୍ମପୁରରେ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା

ପଦ୍ମପୁର : ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଶାଖା ଓ ପଦ୍ମପୁର ଅଞ୍ଚଳର ସାଇଭକ୍ତଙ୍କ ମିଳିତ ଆୟୋଜନରେ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୁଟ୍ଟପତିରୁ ଆସିଥିବା ଦିବ୍ୟ ପାଦୁକାଧାରୀ ରଥକୁ ପଦ୍ମପୁର ପଞ୍ଚାୟତର ଜଗମଣ୍ଡା ଗ୍ରାମ ନିକଟରୁ ଶତାଧିକ ମହିଳା ପୁରୁଷ ଭକ୍ତ, କୀର୍ତ୍ତନ ମଣ୍ଡଳୀ ଗ୍ରାମବାସୀ ସ୍ଵାଗତ କରିଥିଲେ । ସେଠାରୁ ମହିଳାଙ୍କ ବିରାଟ କଳସ ଯାତ୍ରା ସହ ଦିବ୍ୟ ପାଦୁକା ରଥ ପଦ୍ମପୁର ସହର ପରିକ୍ରମା କରିଥିଲା । ଦିବ୍ୟ ପାଦୁକା ଦର୍ଶନ କରିବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଭକ୍ତଙ୍କ ଭିଡ ଜମିଥିଲା । ପଦ୍ମପୁର ସାଇ ମନ୍ଦିର ପରିସରରେ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇ ସନ୍ଧ୍ୟାରେ ସାଇ ଆରାଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ସକାଳୁ ଦିବ୍ୟରଥ ଖମ୍ବରିଗୁଡା, ଲାଉଗୁଡା, ଇନ୍ଦୁପୁର, ଖିଲାପଦର ଅଞ୍ଚଳ ପରିକ୍ରମା କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.