ହିନ୍ଦୁ ଧର୍ମର ଅନନ୍ୟ ପରମ୍ପରା ଦୂତିବାହାନ ଓଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହିନ୍ଦୁ ଧର୍ମର ଅନେକ ପରମ୍ପରା ରହିଛି । ସେଥି ମଧ୍ୟରୁ ଦୂତିବାହାନ ଓଷା ବା ପୁଅ ଜିଉଁନ୍ତିଆ ଅନ୍ୟତମ । ଏହି ଓଷା ମାଆ ମାନେ ନିଜର ସନ୍ତାନ ସନ୍ତତି ମାନଙ୍କ ପାଇଁ କରିଥାନ୍ତି । ମାଆ ମାନେ ନିର୍ଜଳା ଉପବାସ ଦିନସାରା ରହି ସନ୍ଧ୍ୟାରେ ପୂଜା କରିଥାନ୍ତି । ଆଧୁନିକ ଯୁଗରେ ଏହାହିଁ ଏକ ପରମ୍ପରା ରହିବା ନିଶ୍ଚିତ ଭାବେ ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ବଡ ସଂସ୍କାର । ପଦ୍ମପୁର, ପାଇକମାଲ, ଝରବନ୍ଧ, ଗାଇସିଲେଟ, ସୋହେଲା, ବିଜେପୁର ଆଦି ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡି ନାହିଁ । ଏ ଅଞ୍ଚଳର ପୁରପଲ୍ଲୀରେ ମାଆ ମାନେ ପୂଜାର୍ଚ୍ଚନା କରିଛନ୍ତି । ହୁଲହୁଲି ଧ୍ବନୀରେ ପ୍ରକମ୍ପିତ କରି ଏଭଳି ପରମ୍ପରା ଯେ ନିଶ୍ଚିତ ଭାବେ ସମାଜର ସଂସ୍କାର ଆଣିବ ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ସମାଜ ନିଶ୍ଚିତ ଭାବେ ଗଠନ ହେବ ଏହାର ତିଳେମାତ୍ର ସନ୍ଦେହ ନାହିଁ ।

Leave A Reply

Your email address will not be published.