ଡେଲାଙ୍ଗରେ ବିଜେପି ପକ୍ଷରୁ ହରଘର ‘ତିରଙ୍ଗା ପଦ ଯାତ୍ରା’

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପିପିଲି ନିର୍ବାଚନମଣ୍ଡଳୀର ଡେଲାଙ୍ଗ ବ୍ଲକ ବେରବୋଇ ଗାନ୍ଧୀ ସ୍ମୁତି ପୀଠରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ‘ତିରଙ୍ଗା ପଦ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ସାଂସଦ ଡକ୍ଟର ସମ୍ବିତ ପାତ୍ର ଯୋଗଦେଇ ଦେଶର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆୟୋଜିତ ହେଉଥିବା ତ୍ରିରଙ୍ଗାଯାତ୍ରା ସହିତ ହର ଘର ତ୍ରିରଙ୍ଗା ଅଭିଯାନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ତ୍ରିରଙ୍ଗା ଯାତ୍ରାର ଗୁରୁତ୍ୱ ଅଧିକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ, ସେନାର ବୀରତ୍ୱ ଏବଂ ଦେଶବାସୀଙ୍କ ଏକତାର ସଂକଳ୍ପ ସହିତ, ‘ଅପରେସନ ସିନ୍ଦୁର’ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ସମୃଦ୍ଧ, ଶକ୍ତିଶାଳୀ ଏବଂ ସ୍ୱାବଲମ୍ବୀ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପାଇଁ ଦେଶବାସୀ ଆଜି ଗର୍ବିତ । ମୋଦିଙ୍କ ଆହ୍ଵାନରେ ‘ହର ଘର ତିରଙ୍ଗା’ ଅଭିଯାନ ଆଜି ଦେଶରେ ସର୍ବବ୍ୟାପୀ ହୋଇପାରିଛି । ତ୍ରିରଙ୍ଗାକୁ ନେଇ ଆନନ୍ଦ ଓ ଉତ୍ସାହରେ ସମସ୍ତ ଦେଶବାସୀ ରାଷ୍ଟ୍ର ପ୍ରେମରେ ଯୋଡି ହୋଇଯାଇଛନ୍ତି ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଥିଲେ । ଦେଶର ୭୯ତମ ସ୍ୱାଧୀନତା ଦିବସକୁ ଅଧିକ ଆକର୍ଷଣୀୟ ଭାବେ ପାଳନ ପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉତେ୍‌ତ୍ତାଳନ କରିବାକୁ ସାଂସଦ ଡ଼କ୍ଟର ପାତ୍ର ଆହ୍ୱାନ ଦେଇଥିଲେ । ସ୍ଥାନୀୟ ଗାନ୍ଧୀ ସ୍ମୃତି ପୀଠ ଠାରୁ ଆରମ୍ଭ ହୋଇ ଏହି ତ୍ରିରଙ୍ଗା ଯାତ୍ରା ଉଦୟପୁର, ବେରବୋଇ, ଡେଲାଙ୍ଗ ଷ୍ଟେସନ ବଜାର ପର୍ଯ୍ୟନ୍ତ ଯାଇଥିଲା । ଶତାଧିକ ରାଷ୍ଟ୍ରପ୍ରେମୀ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ସଂଯୋଜକ ଗଙ୍ଗାଧର ବରାଳ, ଆତ୍ମ ଅଧକ୍ଷ ଲଡ଼ୁ କିଶୋର ରାୟ, ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ସୁଶାନ୍ତ ବିଶ୍ଵାଳ, ଶ୍ୱେତ ନାୟକ, ସୁଧାଂଶୁ ଶେଖର ପରିଡା, ଗୋପାଳ ସ୍ୱାଇଁ, ଲିଳେନ୍ଦ୍ର ଜେନା, ବାହୁଡା଼ ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାରତୀ ପରିଡା, ସୁମିତ୍ରା ମହାପାତ୍ର ସ୍ନେହାଞ୍ଜଳି ରାଉତ, ପ୍ରମୁଖ ସମେତ ପଂଚାୟତ ପ୍ରମୁଖ, ଦଳୀୟ କର୍ମୀ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ଆଇ ଆଇ ସି ଶ୍ୟାମଘନ ବାରିକ,ଏସଆଇ କେଳୁ ଚରଣ ଜେନା, ଏସ ଆଇ ପ୍ରଭାତ କୁମାର ପଲେଇ ସମେତ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

jittmm
Leave A Reply

Your email address will not be published.