oom

ପଦ୍ମପୁର ଏନ୍‌ଏସିରେ ବିଜେପିର ଜୋରଦାର ପ୍ରଚାର : ବାଇକ ରେଲି, ୱାର୍ଡକୁ ୱାର୍ଡ ପଦଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୌର ପରିଷଦ ନିର୍ବାଚନ ପ୍ରଚାର ଆଜି ଅନ୍ତିମ ଦିବସରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ମୋଟର ସାଇକେଲ ରେଲି ଓ ୱାର୍ଡକୁ ୱାର୍ଡ ପଦଯାତ୍ରା କରି ପୌର ପରିଷଦ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଜେପି ଏନ୍‌ଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଶ୍ରୀମତୀ ରଞ୍ଜୁ ସେଠ, ୮ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ଶ୍ରୀମତୀ ପ୍ରମିଲା ମେହେର, ୯ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଚିନ୍ମୟ ପଣ୍ତା, ୧୧ ନମ୍ବର କାଉନସିଲର ପ୍ରାର୍ଥିନୀ ଶ୍ରୀମତୀ ଉର୍ମିଲା ନାୟକ, ୬ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଜିତେନ୍ଦ୍ର ସୁନାନୀ, ୭ ନମ୍ବର କାଉନସିଲର ପ୍ରାର୍ଥୀ ହିତେଶ ଘିବେଲା, ୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ କୁନାଲ ପାଣିଗ୍ରାହୀଙ୍କ ସହ ରଜାପଡା, ଶାନ୍ତି ନଗର, କପସିଲା, ବଡପଡା, ସୂର୍ୟ୍ୟ ନଗର, ମେହେରପଡା ଆଦି ଅଞ୍ଚଳ ପଦଯାତ୍ରା କରି ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଏହି ପଦଯାତ୍ରାରେ ବୋଡାସମ୍ବର ଜମିଦାର ପ୍ରତାପ କେଶରୀ ସିଂ ବରିହା, ବିଜେପି ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ମହିଳା ନେତ୍ରୀ ଶ୍ରୀମତୀ ଜ୍ୟୋସ୍ନା କର, ଯୁବନେତା ୱାରିସ୍ ମହମ୍ମଦ, ଅଶୋକ ମିଶ୍ର, ଜ୍ୟୋତି ସାହୁ, ପ୍ରତାପ ନାଥ ସାମିଲ ହୋଇ ପଦ୍ମଫୁଲ ଚିହ୍ନକୁ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ସେହିଭଳି ଶତାଧିକ ଯୁବକ ଯୁବନେତା ପ୍ରୀତେଶ ବହିଦାରଙ୍କ ନେତୃତ୍ବରେ ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରୁ ଏକ ମୋଟର ସାଇକେଲ ରେଲିରେ ବାହାରି ୧୧ଟି ୱାର୍ଡ ଭେଉଁରିଆ ଛକରୁ ଥାନାଛକ, ଶାସ୍ତ୍ରୀଛକ, ଆମ୍ବେଦକର ଛକ ପରିକ୍ରମା କରି ବିଜେପି ସମର୍ଥନରେ ପ୍ରଚାର କରିଥିଲେ । ଏହି ମୋଟର ସାଇକେଲ ରେଲିରେ ଶହେରୁ ଅଧିକ ମୋଟର ସାଇକେଲ ସାମିଲ ହୋଇଥିବା ବେଳେ ବିଜେପି ନେତା ସରୋଜ ପାଣିଗ୍ରାହୀ, ଡା ଶ୍ରୀକାନ୍ତ ପାଣିଗ୍ରାହୀ, ଅଶୋକ ମିଶ୍ର, ସରୋଜ ସାମଲ, ନାରାୟଣ ପୁରୋହିତ, ହରି ସିଂ, କେତନ ମେହେର, ରମେଶ ସାହୁ, ଦିନେଶ ବାରିକ, ନବ କଣ୍ଟା, ମଣ୍ଟୁ ପାଣ୍ତେ, ସେବକ ମେହେର, ପ୍ରମୋଦ ମେହେର, ରୋହିତ ସେଠ, ରାଜେନ୍ଦ୍ର ମରେଇ, ସୁନୀଲ ବେହେରା, ସୁବ୍ରତ ସାହୁ, ଦିପକ ବାରିକ, ହରେକୃଷ୍ଣ ପଟେଲ, ମଦନ ମୋହନ ପଟେଲ, ସଞୟ ବେହେରା ଯାତ୍ରାକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.