oom

ଆସନ୍ତା ୧୪ ତାରିଖ ତୁଷୁରାରୁ ବଲାଙ୍ଗିରକୁ ପଦଯାତ୍ରା : ଏକ୍ସନ କମିଟି ତରଫରୁ ତୁଷୁରା ହସପିଟାଲ ସମ୍ବନ୍ଧୀୟ ଏକ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ୧୨ଟା ସମୟରେ ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟି ତରଫରୁ ମୁଖ୍ୟ ଚିକିତ୍ସାଧିକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୁଷୁରା ହସପିଟାଲ ସମ୍ବନ୍ଧୀୟ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଠାରେ ୧୯୨୨ ମସିହାରେ ଏକ ହସପିଟାଲ ନିର୍ମାଣ ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଅବସ୍ଥାରେ ଚାଲୁ ରହିଛି କିନ୍ତୁ ଦଃଖର ବିଷୟ ଅନେକ ଦିନରୁ ଆମ ତୁଷୁରା ୟୁଥ୍‌ ଏକ୍ସନ କମିଟି ଆନ୍ଦୋଳନ ଦାବୀ କରୁଥିଲେ ମଧ୍ୟ କୌଣସି ଉପକାର ମିଳି ନାହିଁ । ବର୍ତ୍ତମାନ ମଧ୍ୟ ସେଠାରେ ଗୋଟିଏ ମଧ୍ୟ ଡାକ୍ତର ନାହାନ୍ତି । ଜଣେ ଫର୍ମାସିଷ୍ଟ କାମ ଚଲାଉଛନ୍ତି । ଏହି ହସପିଟାଲରେ ଅନ୍ୟ ଜିଲ୍ଲାର ମଧ୍ୟ ରୋଗୀ ନିର୍ଭର କରନ୍ତି । ଯଦି କେଉଁ ଦିନ ଡାକ୍ତର ନ ଥିବେ ରୋଗୀଙ୍କୁ ଫେରି ଯିବାକୁ ପଢେ ନଚେତ ବଲାଙ୍ଗିର ଆସିବାକୁ ହୁଏ । ତେଣୁ ଆଜି ବଲାଙ୍ଗିର ସିଡିଏମ୍‌ଓଙ୍କୁ ଭେଟି ତୁଷୁରା ହସପିଟାଲକୁ ସିଏଚସିରେ ଅପଗ୍ରେଡେସନ କରି ଡାକ୍ତର ଯୋଗାଇ ଦେବାକୁ ଦାବୀ କରାଯାଇଛି । ଯଦି ଯଥାଶୀଘ୍ର ଦାବୀ ପୁରଣ ନ ହେବ ଜନ ସାଧାରଣ ଜନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଲସାଏ ସୁଚାଇ ଦେଇଛନ୍ତି । ଆଜି ସନ୍ଧ୍ୟାରେ ବଲାଙ୍ଗିର ଏକ୍ସନ କମିଟି ଓ ତୁଷରା ଏକ୍ସନ କମିଟି ନିର୍ଦ୍ଧାରଣ କଲେ ଯେ ଆସନ୍ତା ୧୪ ତାରିଖ ଦିନ ତୁଷୁରାରୁ ବଲାଙ୍ଗିର ପଦଯାତ୍ରା ତୁଷୁରା ହସ୍‌ପିଟାଲ ସମ୍ବନ୍ଧୀୟ ନେଇ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.