centurian jitm

ବଲାଙ୍ଗିର ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ଅନଙ୍ଗ ଉଦୟ ସିଂହଦେଓ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶାର ସମସ୍ତ ବିଧାନସଭା କ୍ଷେତ୍ରରେ ଅକ୍ଟୋବର ୨ ତାରିଖ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥାଏ । ସେହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଗାନ୍ଧୀନଗରପଡା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିଠାରେ ଦୀପ ପ୍ରଜ୍ୱଳନ କରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ, ବିଜେଡିର ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚାଇ ସୁସମ୍ପର୍କ ସ୍ଥାପନ କରିବା ଏହି ଜନସମ୍ପର୍କ ପଦଯାତ୍ରାର ଉଦ୍ଦେଶ୍ୟ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ଶ୍ରୀଯୁକ୍ତ ସିଂହଦେଓ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ମଧ୍ୟ ଯୋଗ ଦେଇଥିଲେ । ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ଶହସ୍ରାଧିକ କର୍ମକର୍ତ୍ତାଙ୍କ ସହିତ ବରିଷ୍ଠ ନେତୃବୃନ୍ଦ ଛାମୁଆ ସଂଗଠନର ସଭାପତି ଏବଂ କାଉନସିଲର, ସମିତି ସଭ୍ୟ ସରପଞ୍ଚ ସହିତ ପୂର୍ବତନ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ବର୍ତ୍ତମାନର ଅଧ୍ୟକ୍ଷ ଅଧ୍ୟକ୍ଷା ସାମିଲ ଥିଲେ ।

Leave A Reply

Your email address will not be published.