oom

ପରୀକୁ ନ୍ୟାୟ ପ୍ରଦାନ ଓ ନିଖୋଜ ଶିଶୁ ଉଦ୍ଧାର ଦାବୀରେ ପଦଯାତ୍ରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) :ସମଗ୍ର ରାଜ୍ୟରେ ପରୀ ପାଇଁ ନିଆଁ ଜଳୁଛି । ଓଡିଶା ସୀମାନ୍ତ ଝାରବନ୍ଧ ବ୍ଲକକୁ ମଧ୍ୟ ଲାଗିଛି ଏଇ ନିଆଁ। ଭାରତୀୟ ଜନତା ପାର୍ଟି ତରଫରୁ ପରୀକୁ ନ୍ୟାୟ ପ୍ରଦାନ ଓ ପାଞ୍ଚ ହଜାର ନିଖୋଜ ଶିଶୁର ଉଦ୍ଧାର କରିବା ଦାବୀରେ ଏକ ଶୋଭାଯାତ୍ରା ଝାରବନ୍ଧରୁ ବିଜାଢୋଲ ପର୍ୟ୍ୟନ୍ତ ହୋଇଥିଲା ।

ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରୀତେଶ ବହିଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଝାରବନ୍ଧ ମଣ୍ତଳ ସଭାପତି ମିଳନ ପାଣ୍ତେ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରି, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ମାଣ୍ତୋସିଲ ମଣ୍ତଲ ସଭାପତି ସଞ୍ଜୟ ବେହେରା, ଝାରବନ୍ଦ ମଣ୍ତଳ ସଭାପତି ମିଳନ ପାଣ୍ତେ, ଝାରବନ୍ଦ ଗ୍ରାମ ପଞ୍ଚାୟତ ସରପଞ୍ଚ ଧନମତି ପାଣ୍ତେ, ଡା.ଲମ୍ବୋଦର ପଣ୍ତା, ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଅଗ୍ରୱାଲ, ଜୟ ନିଗମ, ହରିହର ସାହୁ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଜିଲ୍ଲା ସଂପାଦକ ଶ୍ରୀକାନ୍ତ ପାଣିଗ୍ରାହୀ, ବାଳକୃଷ୍ଣ ନାଏକ, ସାମନ୍ତ ମୁନା, ପଦ୍ମଲୋଚନ ବେରିଆ, ମାନ ଭଂଜନ ମିର୍ଦ୍ଧା, ସାଂସଦ ପ୍ରତିନିଧି ବଳରାମ ସାହୁ ସାମିଲ ଥିଲେ । ଶୋଭାଯାତ୍ରା ଶେଷରେ ବିଜାଢୋଲ ଗ୍ରାମ ମଝିରେ ଏକ ସଭା କରାଯାଇଥିଲା । ସେଥିରେ ସିବିଆଇ ତଦନ୍ତ,ମନ୍ତ୍ରୀ ଅରୁଣ ସାହୁଙ୍କୁ ସଂପୃକ୍ତି ଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ତଲରୁ ବହିଷ୍କାର ଦାବୀ କରାଯାଇଥିଲା ।

jittmm
Leave A Reply

Your email address will not be published.