ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଅଯୋଧ୍ୟାର ରାମ ଜନ୍ମଭୂମି ଯାଏଁ ପଦଯାତ୍ରା

  • ଗଞ୍ଜାମ ଜିଲ୍ଲା ସଦରମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ସହର ଅନ୍ତର୍ଗତ ଗୋଚଳମ ଗାଁରୁ ୪ ଜଣ ମହିଳା ଓ ୧୪ ଜଣ ପୁରୁଷ ଭକ୍ତ ଗୋଷ୍ଠୀ ଗତ ଅଗଷ୍ଟ ୨୧ତାରିଖରୁ ରାମ ଜନ୍ମଭୂମି ଅଯୋଧ୍ୟା ଅଭିମୁଖେ ବାହାରିଛନ୍ତି । ଅଖିଳ ଭାରତୀୟ ହରେ କୃଷ୍ଣ ହରେ ରାମ ଫାଉଣ୍ଡେସନ ସଂଗଠନ ପକ୍ଷରୁ ସେଠାରେ ଏକ ପ୍ରତିଷ୍ଠିତ ରାମ ମନ୍ଦିରରୁ ଶୁଭ ମନାସୀ ଶୁଭ ରବିବାର ପ୍ରାତଃରେ ଏହି ପଦଯାତ୍ରାରେ ବାହାରି ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରରେ ପହଞ୍ଚିଛନ୍ତି । ଛତ୍ରପୁର ସଦରମହକୁମାରେ ତେଲୁଗୁ କଲଚରାଲ ଆସୋସିଏସନର ମୁଖ୍ୟ ପୁରୋଧା ଆଇନଜୀବୀ ବି.ଶ୍ରୀନିବାସ ରାଓଙ୍କ ନେତ୍ତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଉକ୍ତ ଭକ୍ତ ଗୋଷ୍ଠୀଙ୍କୁ ଶ୍ରୀ ଶ୍ରୀ ରାମାୟଣାମ୍ମା ମନ୍ଦିର ଟ୍ରଷ୍ଟ କଲ୍ୟାଣ ମଣ୍ଡପରେ ଅତିଥି ସତ୍କାର କରିଛନ୍ତି । ଏହି ଗୋଷ୍ଠୀ ପ୍ରତିଦିନ ପ୍ରାତଃରୁ ଠାକୁରଙ୍କ ପୂଜାର୍ଚ୍ଚନା କରି ସନ୍ଧ୍ୟା ସମୟରେ କୌଣସି ନା କୌଣସି ଧର୍ମାନୁଷ୍ଠାନରେ ରହଣି ଅବା ବିଶ୍ରାମ ନେଇଥାନ୍ତି ବୋଲି ଉକ୍ତ ଭକ୍ତ ଗୋଷ୍ଠୀର ମୁଖ୍ୟ ଗୁରୁ ରାମକୋଟି ଶୁଭା ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭାରତବର୍ଷର ଅଖଣ୍ଡତା, ରାଷ୍ଟ୍ରୀୟ ଏକତା, ଶାନ୍ତି, ଭାଇଚାରା ଓ ସଦ୍ଭାବନା ଚିନ୍ତନ ନେଇ ଏହି ପଦଯାତ୍ରା ବାହାରିଛନ୍ତି ବୋଲି ଗୁରୁ ଶୁଭା ରାଓ କହିଛନ୍ତି । ପ୍ରାୟତଃ ୮୦ ଦିନର ଏହି ଯାତ୍ରାରେ ଏଠାରୁ ପୁଣି ରମ୍ଭା, ସାକ୍ଷୀଗୋପାଳ, ଜଗନ୍ନାଥ ଧାମ ପୁରୀ, ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଝାଡଖଣ୍ଡ, ଜାମସେଦପୁର-ଟାଟା, ରାଞ୍ଚି, ହୋଇ ଉତ୍ତରପ୍ରଦେଶରେ ପହଞ୍ଚି ପ୍ରଥମେ ବାରଣାସୀର କାଶୀ ବିଶ୍ୱନାଥଙ୍କ ଦର୍ଶନ, ପରେ ରାମ ଜନ୍ମଭୂମିରେ ପଦାର୍ପଣ କରି ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ ନିମନ୍ତେ ଏହି ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଇଛି । ଏହି ସଦ୍ଭାବନା ପଦଯାତ୍ରାରେ ବାହାରିଥିବା ଚାରିଜଣ ମହିଳା ହେଉଛନ୍ତି ଏମ୍.ଅନନ୍ତ ଲକ୍ଷ୍ମୀ, ଭି.ବର ଲକ୍ଷ୍ମୀ, ସିଏଚ. ବିଜୟ ଲକ୍ଷ୍ମୀ, ସିଏଚ. ବରଲକ୍ଷ୍ମୀ ପ୍ରମୁଖ ଖାଦ୍ୟ ରନ୍ଧନ ଆଦିରେ ସହଯୋଗ କରିଆସୁଛନ୍ତି, ରାମନାମ ସଂକୀର୍ତ୍ତନ କରିବା ସହ ପଦଯାତ୍ରାରେ ଯାଉଥିବା ବେଳେ କାଳଭୈରବୀ ନାମ୍ନୀ ଏକ କୁକୁର ସାଙ୍ଗରେ ନେଇଆସିଛନ୍ତି ବୋଲି ଏକ ନିଆରା ପ୍ରଥା ହୋଇଛି । ଉକ୍ତ ପଦଯାତ୍ରାରେ ସାଙ୍ଗରେ ଏକ ଡାଲା ମୋଟରଯାନରେ ବ୍ୟବହାରିକ ଜିନିଷପତ୍ର ନେଇ ଯାଉଛନ୍ତି ।

Leave A Reply

Your email address will not be published.

error: Content is protected !!