ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୭୯ ତମ ସ୍ୱଧିନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହା ଠାରେ ପବିତ୍ର ଜନ୍ମାଷ୍ଟମୀ ଓ ୭୯ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୁର୍ଡା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି ସଭାପତି ବିମଳ ଚରଣ ହୋତା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ଦଧିହାଣ୍ଡି ଭଙ୍ଗା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିଶୁ ମନ୍ଦିରର ଶିଶୁମାନେ ବିଭିନ୍ନ ବେଶ ହୋଇ ବସ୍ତି ପରିକ୍ରମା କରିଥିଲେ ।

jittmm
Leave A Reply

Your email address will not be published.