ବରକେରା ବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଓଜୋନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ । ଏଥିରେ ଯୋଗ ଦେଇଥିଲେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଓ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ । ବିଶ୍ଵରେ ପ୍ରତିବର୍ଷ ସେପ୍ଟେମ୍ୱର ୧୬ ତାରିଖରେ ବିଶ୍ଵ ଓଜୋନ ଦିବସ ପାଳିତ ହୁଏ ।୧୯୯୪ ମସିହାରୁ ପାଳିତ ହୋଇ ଆସୁଅଛି । ଏହି ଦିବସର ଉଦ୍ଦେଶ୍ୟ ହେଲା ବାୟୁମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହିତ ଏହାର ଭୟାବହତା ସଂପର୍କରେ ବିଶ୍ଵବାସୀଙ୍କୁ ସଚେତନ କରାଇବା । ପୃଥିବୀରେ ଅଙ୍ଗାରକାମ୍ଳର ମାତ୍ରା ବୃଦ୍ଧି ହେଲେ କିମ୍ବା ସୌରପବନ ହେଲେ ଅନେକ ସମୟରେ ଓଜୋନ ସ୍ତରର କ୍ଷତି ହୋଇଥାଏ । ଫଳରେ ଓଜୋନ ସ୍ତର ଦେଇ ଅତିବାଇଗିଣି ରଶ୍ମି ଭୂପୃଷ୍ଠରେ ପ୍ରବେଶ କରିଥାଏ । ଫଳରେ ଏହାର ପ୍ରଭାବ ଜୀବଜଗତ ଉପରେ ସିଧାସଳଖ ପଡିଥାଏ ଯେପରିକି ଚର୍ମରୋଗ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ସର୍ବ ଶେଷରେ ବିରଞ୍ଚି ନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.