ପୁଇଁନ୍ତଲା ବ୍ଲକ ଓଷ୍ଟା ଶାଖାର ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବହଲପଦର ଦମୟନ୍ତୀ ହାଇସ୍କୁଲ ଠାରେ ପୁଇଁନ୍ତଲା ବ୍ଲକର ଓଷ୍ଟା ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଓଷ୍ଟାର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ବାବୁ, ଆଗଲପୁର ବ୍ଲକ ସମ୍ପାଦକ ତାରାକାନ୍ତ ମିଶ୍ର, ଓଷ୍ଟା ଯୁଗ୍ମ ସମ୍ପାଦକ ଅନୀଲ ସାହୁ, ସୁଧୀର ନାଏକ, ବଲାଙ୍ଗିର ବ୍ଲକ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଉକ୍ତ ସଭାରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଥିବା ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇ ଶିକ୍ଷକମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଓଷ୍ଟାର ନେତୃତ୍ୱ ତାହାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାର ଶ୍ରୀ ପାଣିଗ୍ରାହୀ ପ୍ରତିଶୃତି ଦେଇଥିଲେ । ସଭାରେ ଓଷ୍ଟାର ସଦସ୍ୟତା ବୃଦ୍ଧି ପାଇଁ ଆହ୍ୱାନ ଦିଆଯାଇଥିଲା । ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ଡିସେମ୍ବର ମାସ ୧୨ ତାରିଖରେ ବି.ଫଟକରା ହାଇସ୍କୁଲ ଠାରେ ପୁଇଁନ୍ତଲା ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜନ ହେବାର ସ୍ଥିରୀକୃତ ହୋଇଥିଲା । ସଭାରେ ବ୍ଲକ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଷ୍ଟା ସଭ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ । ଉକ୍ତ ସଭାରେ ଓଷ୍ଟାର ସଭ୍ୟ ବିଶ୍ୱାମିତ୍ର ନାଏକ, ଆନନ୍ଦ ସାମଲ, ରଞ୍ଜିତ ମିଶ୍ର, ମନୋରଂଜନ ରାଉତ, ରାଜିକିଶୋର ପ୍ରଧାନ, ଗୌନ୍ତିଆ ପଲତା, କୃଷ୍ଣ ଚନ୍ଦ୍ର ବଘାର, ମିତ୍ରଭାନୁ ପଧାନ, ଡମ୍ବରୁଧର ପଧାନ, ତ୍ରିନାଥ ପଧାନ, ରୁଦ୍ରମଣି କର୍ମୀ, ଜଗଦୀଶ କର୍ମୀ, ଡାକ୍ତର ବିଶ୍ୱାଲଙ୍କ ସମେତ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ତଥା ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.