om academy

କିଶନ ପଣ୍ଡା ଜନ୍ମରୁ ହାର୍ଣ୍ଣିଆ ରୋଗରେ ପୀଡିତ : ଯନ୍ତ୍ରଣାରେ ରାତିଦିନ ସମାନ, ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଡୁଙ୍ଗୁରିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ଧନଞ୍ଜୟ ପଣ୍ଡା ଓ ସଙ୍ଗୀତା ପଣ୍ଡାଙ୍କ ପୁଅ କିଶନ ପଣ୍ଡା (୧୦) । ଯିଏ କି ଜନ୍ମରୁ ହାର୍ଣ୍ଣିଆ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି । ଧନଞ୍ଜୟ ପଣ୍ଡା ପୁଅର ଚିକିତ୍ସା ପାଇଁ ଧାର କରଜ କରି ପାଇକମାଲ, ପଦ୍ମପୁର, ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା କରାଇଥିଲେ । ହେଲେ କିଶନ ରୋଗ ଉପଶମ ହୋଇ ପାରିନାହିଁ । ପୁଅର ଅଣ୍ଟାରେ ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି ବୋଲି ବାପା ଧନଞ୍ଜୟ ଓ ମା’ ସଙ୍ଗୀତା କହିଥିବା ବେଳେ ଅପରେସନ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । ହେଲେ ଧନଞ୍ଜୟଙ୍କ ଦୁଇ ପୁଅ ବଡ଼ ପୁଅ କିଶନ ପଣ୍ଡା (୧୦) ଏବଂ ୟରସ ପଣ୍ଡା ୫ ମାସର ହୋଇଥିବା ବେଳେ ଗୋଟିଏ ଝିଅ ସ୍ନେହା ପଣ୍ଡା (୮) । ତେବେ ପରିବାରରେ ମୋଟ ୫ ଜଣ ସଦସ୍ୟ ଅଛନ୍ତି । ଧନଞ୍ଜୟ ଜଗନ୍ନାଥ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରନ୍ତି ସେଥିରୁ ଯାହା ମିଳେ ପରିବାର ଚଳାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଧନଞ୍ଜୟ ଜଣେ ଭୂମିହୀନ ଓ ତାଙ୍କର ରାସନ୍ କାର୍ଡ ନଥିବା ବେଳେ କରୋନା କଟକଣା ସମୟରେ ମନ୍ଦିର ବନ୍ଦ ରହୁଥିବା ଯୋଗୁଁ ବହୁ କଷ୍ଟରେ ପରିବାର ଚଳାଉଛନ୍ତି । ପୁଅର ଅପରେସନ ପାଇଁ ଅର୍ଥ ସାଜିଛି ବାଧକ । କିଶନ ଯନ୍ତ୍ରଣାରେ ରାତି ଦିନ ସମାନ ବୋଲି କହିଛନ୍ତି । କୋହଭରା କଣ୍ଠରେ ଭଗବାନ ମତେ ଏତେ ଦଣ୍ଡ କାହିଁକି ଦେଲେ ବୋଲି କିଶନ କାନ୍ଦି କାନ୍ଦି କହିଛନ୍ତି । ପୁଅର ଅପରେସନ ପାଇଁ ପ୍ରଶାସନ ଓ ବଦ୍ୟଦାନ ବ୍ୟକ୍ତି ବିଶେଷଙ୍କ ସହଯୋଗ ସହାୟତା ପାଇଁ କିଶନଙ୍କ ବାପା ଓ ମାଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.