କଳିଙ୍ଗ ଷ୍ଟାଡିୟମ୍ ଠାରେ ଉଦ୍‌ଯାପିତ ହେଲା ଦ୍ୱିତୀୟ ଅନ୍ତଃଜିଲ୍ଲା ଲନ ବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଅନ୍ତଃଜିଲ୍ଲା ଲନ ବଲ ପ୍ରତିଯୋଗିତାରେ ଜେଏସଏମ ଆର୍ଟସ୍, ସାଇନ୍ସ ଏଣ୍ଡ କମର୍ସ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ୧୨ଟି ଜିଲ୍ଲାର ଚାମ୍ପିଅନସିପରେ ମୋଟ ୧୯୨ ଛାତ୍ରଛାତ୍ରୀ ଖେଳରେ ଅଂଶଗ୍ରହଣ କରିଥିଲେ । ଜେଏସ୍ଏମ୍ ବଲାଙ୍ଗିର ଅବଶିଷ୍ଟ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବଲାଙ୍ଗିର କ୍ଲବ ତରଫରୁ ଜେଏସଏମ କଲେଜର ୩ଟି ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବଲାଙ୍ଗିର ପହଂଚିବା ପରେ ସିଏ, ଶ୍ରୀକାନ୍ତ ଶର୍ମା ସାର, କଲେଜ ଚେୟାରମ୍ୟାନ, ଡ଼ଃ. ମନସ୍ମିତା ମିଶ୍ର, ପ୍ରିନସିପାଲ, ମନୋରଞ୍ଜନ ସାର ମୁଖ୍ୟ ଉପଦେଷ୍ଠା ,ନିରୋଜ ମିଶ୍ର, କ୍ରୀଡା ଶିକ୍ଷକ ଏବଂ ସୌମ୍ୟ ଭୋଇ, ଇଂରାଜୀ ଅଧ୍ୟାପକ ସ୍ୱାଗତ କରିଥିଲେ । ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ଏବଂ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଜେଏସଏମ କଲେଜର ଛାତ୍ରୀ ଶ୍ଵେତା ଠେଲା ସ୍ଵର୍ଣ ପଦକ ହାସଲ କରିଛନ୍ତି ଏବଂ ଛାତ୍ରମାନଙ୍କ ମଧ୍ୟରେ ଏମ.ଡ଼ି ସାହିଲ ଓ ଅଜୟ କୁମାର ସାହୁ କାନ୍ସ୍ୟ ପଦକ ହାସଲ କରିଛନ୍ତି । ବଲାଙ୍ଗିର କ୍ଲବ ତରଫରୁ ଅଂଶ ଗ୍ରହଣ କରିଥିବା ଜେଏସଏମର ୩ଟି ଛାତ୍ରୀ ସନ୍ଧ୍ୟା ଶର୍ମା, ତବୁ ଛତ୍ରିଆ ଏବଂ ବବି ପାତ୍ର ମଧ୍ୟ କାନ୍ସ୍ୟ ପଦକ ହାସଲ କରିଛନ୍ତି ।

Leave A Reply

Your email address will not be published.