ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶା ଅଫିସ ଗୃହ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ବିଜୟ ବିହାରଠାରେ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବରେ ଅବସରପ୍ରାପ୍ତ କୂଳପତି କୁମରବର ଦାସ, ବାଲେଶ୍ୱର ବିଶ୍ୱ ବିଦ୍ୟାଳୟର ଫକୀର ମୋହନ ଯୋଗ ଦେଇଥିଲେ । ସଦୟ ଉପସ୍ଥିତି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ ଦାସ, ଯାଦବ ବୁଦ୍ଧିଜୀବୀ ମଂଚର ରାଜ୍ୟ ସଭାପତି ଛବିଳ ବଗର୍ତ୍ତି, ବ୍ୟାସ ନଗର ମହାପିଦ୍ୟାଳୟର ପ୍ରାଧ୍ୟାପକ କୁଶଧର ପ୍ରଧାନ, ଯାଜପୁର, ଓଡିଶା ଯାଦବ ବୁଦ୍ଧିଜୀବୀ ମଂଚର ଆବାହକ ଧବଳେଶ୍ୱର ବାଗ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାରୁ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ଯଥା କଳାହାଣ୍ଡି ସଭାପତି ନାରାୟଣ ବଗର୍ତ୍ତୀ, ସମ୍ପାଦକ ମଳୟ ଗଉଡ, ବଲାଙ୍ଗିରରୁ ଅଧ୍ୟାପକ କବିରାଜ ଭୋଇ, ବିଜୟ ବାଗ ଶିକ୍ଷକ, ସୋନପୁରରୁ ଆଇନଜୀବୀ ତପନ ଦୁଆଚି, ଆଇନଜୀବୀ ରାକେଶ ଦୀପ ଏବଂ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଭୁବନେଶ୍ୱରରୁ ଟଙ୍କଧର ଦାସ, ଅଶୋକ ଗଉଡ ଏବଂ ଅନେକେ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବିରେନ୍ଦ୍ର ବନଛୋର ଜିଲ୍ଲା ସଭାପତି ପରିଚାଳନା କରିଥିବା ବେଳେ ଆବାହକ ଧବଳେଶ୍ୱର ବାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.