oom

ତୁରେକେଲା ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

jsmm

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଦିନ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଲନ୍ଧର ମହାକୁଡଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂଣ୍ଣାନନ୍ଦ ପୁଟେଲ ମୁଖ୍ୟ ଅତିô ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିବାହୀ ଅଧିକାରୀ, ସମିତି ସଭ୍ୟ ଏବଂ ସମସ୍ତ ୱାର୍ଡର ସଭ୍ୟାସଭ୍ୟ ସହ ତୁରେକେଲା, ମହୁଲବାହାଲି, ମହନିଲହ, ବୁଢିବାହାଲ, ବାଗବାହାଲ, ବାଞ୍ଜିପାଲି ଗ୍ରାମର ଜନସାଧାରଣ ଉପସ୍ଥିତ ହୋଇ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ଗ୍ରାମ ସଭା ଏବଂ ପଲ୍ଲୀସଭାର ମହତ୍ୱ ଉପରେ ସୂଚନା ଦିଆଯାଇଥିଲା ।

jittmm
Leave A Reply

Your email address will not be published.