ଭୁବନେଶ୍ୱର : ଦେଶରେ ଟିକାକରଣରେ ୭୫ ପ୍ରତିଶତ ପୂରଣ କରିଥିବା ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ମଧ୍ୟରେ ଓଡ଼ିଶାରେ ୮୧. ୮ ପ୍ରତିଶତ ରେକର୍ଡ କରାଯାଇଛି । ତେବେ କରୋନା ଟିକାକରଣରେ ଅନ୍ୟ ରାଜ୍ୟକୁ ପଛରେ ପକାଇ ତୃତୀୟ ସ୍ଥାନେରେ ରହିଛି ଓଡ଼ିଶା । ତ୍ରିପୁରା ଏବଂ ବିହାର ଅଛନ୍ତି ଓଡ଼ିଶା ଉପରକୁ ଥିବା ବେଳେ ବିହାରରେ ୮୪. ୭ ପ୍ରତିଶତ ଟିକାକରଣ ଏବଂ ତ୍ରିପୁରାରେ ୮୨. ୯ ପ୍ରତିଶତ ଟିକାକରଣ ହୋଇଛି । ଓଡ଼ିଶା ତଳକୁ ରହିଛନ୍ତି ଲାକ୍ଷାଦ୍ୱୀପ, ଗୁଜରାଟ, ଛତିଶଗଡ଼, ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ । ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁଠାରେ ଟିକାକରଣ ୫୦ ପ୍ରତିଶତ ବି ଛୁଇଁ ପାରିନାହିଁ ସେମାନଙ୍କ ତାଲିକାରେ ସବୁଠାରୁ ତଳେ ରହିଛି ପୁଡୁଚେରୀ । ଯେଉଁଠାରେ ୩୦.୨ ପ୍ରତିଶତ ଟିକାକରଣ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନଦୀପ ଭଣ୍ଡାରୀ କହିଛନ୍ତି ।
Prev Post