ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” “ନୂଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ” “ନୁଆ-ଓ” ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନୋଡାଲ ଅଫିସର ଡ. ଶୋଭେନ୍ଦ୍ର କୁମାର ମେହେରଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ “ଓଡିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି” ଶୀର୍ଷକ ପାଠ୍ୟଚକ୍ରରେ ନିଜର ମତ ଉପସ୍ଥାପନ କରିଥିଲେ । ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କର ବିଭିନ୍ନ ପ୍ରକାର ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯଥା – ଓଡିଆ ବକୃତା ପ୍ରତିଯୋଗିତା, ଓଡିଆ ଗୀତ ପ୍ରତିଯୋଗିତା, ଓଡିଆ କବିତା ପାଠ, ଓଡିଆ କୁଇଜ୍ ପ୍ରତିଯୋଗିତା, ଓଡିଆ ଲୋକ ନୃତ୍ୟ ପ୍ରତିଯୋଗିତା, ସୁନ୍ଦର ହସ୍ତାକ୍ଷର ଲିଖନ, ଓଡିଆ ବ୍ୟାକରଣ ଦକ୍ଷତା, ଓଡିଆ ଭଜନ ପ୍ରତିଯୋଗିତା ହୋଇଥିଲା । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରମାନଙ୍କୁ ମଞ୍ଚାସୀନ ଅତିଥିୠଣ ପୁରସ୍କୃତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଭାସ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ଆଲୋକ ମୁଣ୍ଡ, ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, କ୍ଷୀରସିନ୍ଧୁ ରଣା, ଭୂଷଣ ଚନ୍ଦ୍ର ମେହେର, ଜୟ ପ୍ରକାଶ ମେହେର, ତେଜେଶ୍ୱର ପ୍ରଧାନ, ବନୀତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ, ତୁଳସୀ ବାଗ, ସୁନିଲ କୁମାର ହାତୀ ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.